ସମ୍ବଲପୁର ମଣ୍ଡଳରେ ସ୍ୱଚ୍ଛ ଆହାର, ସ୍ୱଚ୍ଛ ଅଭିଯାନ ଓ ସ୍ୱଚ୍ଛ ପ୍ରସାଧନ ଅଭିଯାନ ଆୟୋଜିତ

0 68

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ୧୬ ସେପ୍ଟେମବରରୁ ୩୦ ସେପ୍ଟେମ୍ବର ୨୦୨୦ ମଧ୍ୟରେ “ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ଆୟୋଜନ କରାଯାଇଅଛି । ଏହି ଅବସରରେ ୨୪ ଓ ୨୫ ସେପ୍ଟେମ୍ବରରେ ସ୍ୱଚ୍ଛତା ଆହାର, ୨୬ ସେପ୍ଟେମ୍ବର ସ୍ୱଚ୍ଛତା ଅଭିଯାନ ଏବଂ ୨୭ ସେପ୍ଟେମ୍ବରରେ ସ୍ୱଚ୍ଛ ପ୍ରସାଧନ ଆୟୋଜିତ ହୋଇଯାଇଅଛି ।
ଏହି ଅଭିଯାନଗୁଡ଼ିକ ଅନ୍ତର୍ଗତ କ୍ୟାଣ୍ଟିନ, ଫ୍ୟୁଡ୍‌ ଷ୍ଟଲ, ପ୍ୟାଣ୍ଟ୍ରିକାର, ଚା’ଷ୍ଟଲ ଏବଂ ଅନ୍ୟାନ୍ୟ କେଟରିଂ ୟୁନିଟ୍‌ ଗୁଡ଼ିକରେ ବ୍ୟାପ ଭାବେ ସଫା ସୁତୁରା କରାଯାଇଥିଲା । ବିଭିନ୍ନ ଷ୍ଟେସନରେ ରେଲୱେ କଲୋନୀରେ, ଷ୍ଟେସନ, କୋଚିଂ ଡିପୋ ଗୁଡ଼ିକ ବିଶେଷ ଭାବେ ସଫାସୁତୁରା କରାଯାଇଥିଲା । ମଣ୍ଡଳର ଷ୍ଟେସନଗୁଡ଼ିକରେ ଥିବା ଶୌଚାଳୟଗୁଡ଼ିକର ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦିଆଯାଇ ବିଶେଷ ଭାବେ ସଫା କରାଯାଇଥିଲା । ୨୮ ସେପ୍ଟେମ୍ବର ୨୦୨୦ରେ ମଣ୍ଡଳର ବିଭିନ୍ନ ଷ୍ଟେସନରେ “ସ୍ୱଚ୍ଛ ନୀର’ ଅଭିଯାନ ଆୟୋଜନ କରାଯିବ ।

hiranchal ad1
Leave A Reply

Your email address will not be published.

ten − 8 =