ସି.ଆର.ସି.ସି.ଙ୍କୁ ବହିଷ୍କାର ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦାବିପତ୍ର ପ୍ରଦାନ

0 1,960

ବୌଦ୍ଧ,୨୮/୯ – ବୌଦ୍ଧ ବ୍ଲକ୍ ଶଗଡା କ୍ଲଷ୍ଟର ସି. ଆର. ସି. ସି.ଙ୍କ ବହିଷ୍କାର ଦାବୀ କରି ଶଗଡା କ୍ଲଷ୍ଟରର ଶିକ୍ଷକ ଶିକ୍ଷୟତ୍ରୀ ମାନେ ଆଜି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ l ଶଗଡା କ୍ଲଷ୍ଟର ସି.ଆର.ସି.ସି. ବିଭିନ୍ନ ପ୍ରକାରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ହଇରାଣ କରିବା ସହ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ପତ୍ରରେ ଦର୍ଶାଯାଇଛି l ଆଦିବାସୀ ସମ୍ପ୍ରଦାୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଜାତିଆଣ ଆକ୍ଷେପ କରିବା ସହ ଶିକ୍ଷୟତ୍ରୀ ମାନଙ୍କୁ ଆଶାଳୀନ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି | ବିଭିନ୍ନ କାମରେ ଲାଞ୍ଚ ମାଗିବା ସହିତ ଲାଞ୍ଚ ନଦେଲେ ହଇରାଣ କରୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ପ୍ରକାଶ କରିଛନ୍ତି | ପୁର୍ବରୁ ମଧ୍ୟ ଜିଲ୍ଲା ଓ ବ୍ଲକ୍ ଶିକ୍ଷା ଅଧିକାରୀଙ୍କ ନିକଟରେ ସେମାନେ ଅଭିଯୋଗ କରିଥିଲେ | ଗତ 20 ତାରିଖ ଦିନ ବ୍ଲକ୍ ଶିକ୍ଷା ଅଧିକାରୀ ଓ 25 ତାରିଖରେ ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଡି. ପି. ସି. ଦଦନ୍ତ କରି ସାରିଛନ୍ତି l ଉଭୟେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଠାରୁ ଲିଖିତ ଓ ମୌଖିକ ସାକ୍ଷ୍ୟ ପ୍ରମାଣ ସଂଗ୍ରହ କରିଛନ୍ତି | ଆଜି ପୁଣି ଜିଲାପାଲଙ୍କ ନିକଟରେ ସି. ଆର. ସି. ସି. ଙ୍କୁ ତୁରନ୍ତ ବହିଷ୍କାର ଦାବୀ କରି ଥିବାରୁ ଜିଲ୍ଲାପାଳ କି ପଦକ୍ଷେପ ନେଉଛନ୍ତି ସେ ଉପରେ ସମସ୍ତଙ୍କର ନଜର୍ ରହିଛି |

hiranchal ad1
Leave A Reply

Your email address will not be published.

5 × 4 =