ମହୀଧର ରଣା କରୋନା ପଜିଟିଭ ଚିନ୍ହଟ

0 2,240

ବୌଦ୍ଧ,୨୮/୯- କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି l ବିଧାନସଭା ବସିବାର ଅବ୍ୟବହିତ ପୂର୍ବରୁ ସମସ୍ତ ବିଧାୟକ ମାନଙ୍କ କୋଭିତ ଟେଷ୍ଟ କରାଯାଇଥିଲା | ଏ ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ରଣା ମଧ୍ୟ କୋଭିତ ପରୀକ୍ଷା ପାଇଁ ସ୍ବାବ ନମୂନା ଦେଇଥିଲେ | ତାଙ୍କର ଦେହରେ କରୋନାର କୌଣସି ଲକ୍ଷଣ ନଥିଲେ ମଧ୍ୟ ତାଙ୍କର ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ସୂଚନା ମିଳିଛି l ଶ୍ରୀଯୁକ୍ତ ରଣାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି କୋଭିଡ୍ ପରୀକ୍ଷା କରାଇନେବାକୁ ସେ ଅନୁରୋଧ କରିଛନ୍ତି | କରୋନା ପଜିଟିଭ ଚିନ୍ହଟ ହେବା ପରେ ତାଂକର ପ୍ରଶଂସକ, ଦଳୀୟ କର୍ମୀ ଓ ଶୁଭେଚ୍ଛୁ ମାନେ ତାଂକର ଆଶୁ ଆରୋଗ୍ୟ କାମନା କରିଛନ୍ତି |

hiranchal ad1
Leave A Reply

Your email address will not be published.

fifteen + 16 =