ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

0 1,834

ବୌଦ୍ଧ,୨୯/୯ – ଆଜି ଭୋର ପ୍ରାୟ 4 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ବହିରା ଛକ ନିକଟରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଅଂଚଳର ଗୋଟିଏ କାର୍ ଓଡି 15 ଏମ 6336 ଭୁବନେଶ୍ବରରୁ ସୋନପୁର ଅଭିମୁଖେ ଫେରୁଥିବା ବେଳେ ଭାରସାମ୍ୟ ହରାଇ ଜାତୀୟ ରାଜପଥ ନମ୍ବର୍ 57 ର ବହିରା ପୋଲ ନିକଟରେ ରାସ୍ତା ତଳକୁ ଖସି ଦୁର୍ଘଟଣାଗ୍ରସ୍ତ ହୋଇଥିଲା | ଖବର ପାଇ 108 ଆମ୍ବୁଲାନସରେ ସେମାନଙ୍କୁ ଡ୍ରାଇଭର ସମେତ ଦୁଇ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ବlଉଁଶୁଣି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା l କେହି ଗୁରୁତର ନଥିବା ଜଣାପଡିଛି l ଭୋର ସମୟରେ ଡ୍ରାଇଭରଙ୍କ ଆଖିରେ ନିଦ ଆସିଯାଇଥିବା ଯୋଗୁଁ ଗାଡ଼ି ଭାରସାମ୍ୟ ହରାଇଥିବା ସନ୍ଦେହ କରାଯାଉଛି l ସକାଳ ପ୍ରାୟ 8 ଘଣ୍ଟା ସମୟରେ କ୍ରେନ୍ ସାହାଯ୍ୟରେ ଗାଡିକୁ ଉଠାଇ ନିଆଯାଇଥିବା ଜଣାପଡିଛି l ଗାଡି ମାଲିକ ପ୍ରତ୍ୟୁଷ ରଞ୍ଜନ ପଟ୍ଟନାୟକ ସମ୍ବଲପୁର ଜିଲ୍ଲାର ଓ ସେ ସୋନପୁର ଜିଲ୍ଲାରେ କୌଣସି ଏକ କଲେଜରେ ଅଧ୍ୟାପନା କରୁଥିବା ସୂଚନା ମିଳିଛି l

hiranchal ad1
Leave A Reply

Your email address will not be published.

20 − seven =