ନୟାଗଡ଼ରୁ ପୁଣି ଜବତ୍‌ ହେଲା ଧଳା ଜହର, ୫ ଗିରଫ

0 325

ଦଶପଲ୍ଲା : ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ବଢି ଚାଲିଛି ବ୍ରାଉନ୍‌ ସୁଗାର୍‌ କାରବାର୍‌ । ନୟାଗଡ଼ ହାଉସିଂ ବୋର୍ଡ କଲୋନୀରେ ଟାଉନ ପୋଲିସ ଓ ସ୍ପେଶାଲ ଟାସ୍କଫୋର୍ସ ଚଢ଼ାଉ କରି ୮୨ଗ୍ରାମ ୪୬୦ମିଲିଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୫ଜଣ ବେପାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଜିଲ୍ଲାର ମୁନା ଦାସ, ନୟାଗଡ଼ ବ୍ଳକ ଭାଟସାହି ଗାଁର ବିଶ୍ୱ ଜେନା, ବୈକୁଣ୍ଠ ଦାସ, ସୁବର୍ଣ୍ଣଦେଇପୁର କାଳୁ ଓରଫ ସୁରେଶ ପ୍ରଧାନ, ମୁକ୍ତାପୁର ଗାଁର ପବିତ୍ର ରାଉତ ।ମୁଖ୍ୟ ଅଭିଯୁକ୍ତ ମୁନାର ଘର ଖୋର୍ଦ୍ଧା ଜିଲ୍ଲା ହୋଇଥିବା ବେଳେ ସେ ବାଇକରେ ବ୍ରାଉନସୁଗାର ଆଣି ନୟାଗଡ଼ ସହରର ହାଉସିଂ ବୋର୍ଡ କଲୋନୀରେ ଦୀର୍ଘଦିନ ଧରି ବେପାର ଚଳାଇଥିଲା । ରେଡ଼ ବେଳେ ଅଭିଯୁକ୍ତମାନଙ୍କଠାରୁ ୩ଟି ବାଇକ, ୫ଶହ ୭୦ଟଙ୍କା ସହ ୮୨ଗ୍ରାମରୁ ଉଦ୍ଧ୍ୱର୍ ବ୍ରାଉନସୁଗାର ଜବତ କରିଛି ପୋଲିସ । ସମସ୍ତ ୫ଅଭିଯୁକ୍ତଙ୍କର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟ ପରୀକ୍ଷା କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four − 3 =