ସ୍ୱାଧୀନତା ସଂଗ୍ରାମୀ ଦୁର୍ଗା ପ୍ରସାଦ ନାୟକଙ୍କ ପରଲୋକ

0 93

ସମ୍ବଲପୁର : ବର୍ଷିୟାନ ସ୍ୱାଧୀନତା ସଂଗ୍ରାମୀ, ସାମ୍ବାଦିକ ତଥା ଦୈନିକ ଅଗ୍ନିଶିଖାର ମୁଖ୍ୟ ସମ୍ପାଦକ ଦୁର୍ଗା ପ୍ରସାଦ ନାୟକ ୯୭ବର୍ଷ ବୟସରେ ଗତସନ୍ଧ୍ୟା ୭ଟା ସମୟରେ ପରଲୋକ ଘଟିଛି । ଆଜି ସକାଳେ ସ୍ଥାନୀୟ ରାଜଘାଟ ଶ୍ମଶାନରେ ତାଙ୍କ ଦାହ ସଂସ୍କାର ଓ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଜଣେ ସ୍ୱାଧୀନତା ସଂଗ୍ରାମୀ, ଶିକ୍ଷାବିତ ଓ କମ୍ୟୁନିଷ୍ଟ ନେତା ସହିତ ଜଣେ ସଫଳ ଶ୍ରମିକ ୟୁନିଅନ ସଂଗଠକ ଭାବରେ ତାଙ୍କର ଯଥେଷ୍ଟ ସୁନାମ ରହିଥିଲା । ବାଣିଜ୍ୟରେ ସ୍ନାତକୋତ୍ତର ଡିଗ୍ରୀ ହାସଲ ପରେ ସେ ରାଜନୀତି ଓ ସାହିତ୍ୟ ପ୍ରତି ଆଗ୍ରହ ସହିତ ସ୍ୱାଧୀନତା ସଂଗ୍ରାମରେ ଯୋଗଦେଇଥିଲେ । ବଲାଙ୍ଗୀର ରାଜେନ୍ଦ୍ର ମହାବିଦ୍ୟାଳୟରେ ଅଧ୍ୟାପନା କାର୍ଯ୍ୟ ଆରମ୍ଭ କରି ପରବର୍ତ୍ତୀ ସମୟରେ ସମ୍ବଲପୁର ଗଙ୍ଗାଧର ମେହେର ମହାବିଦ୍ୟାଳୟ ଓ କଟକ ରେଭେନ୍ସା ମହାବିଦ୍ୟାଳୟ ରେ ମଧ୍ୟ ଅଧ୍ୟାପକ ଭାବରେ ଯୋଗଦାନ କରିଥିଲେ । ପରେ ସମ୍ବଲପୁର ଟ୍ରଷ୍ଟ ଫଣ୍ଡ ମହାବିଦ୍ୟାଳୟ ଓ ସୋନପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷ ହେବା ସହିତ ସେଠାରୁ ଅବସର ଗ୍ରହଣ କରିଥିଲେ । ରାଜନୀତି ଓ ସାହିତ୍ୟ ପ୍ରତି ତାଙ୍କର ବିଶେଷ ଅନୁରାଗ ରହିଥିଲା ।

hiranchal ad1
Leave A Reply

Your email address will not be published.

4 + 3 =