ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, ୩ ଡାକ୍ତରଙ୍କୁ ଜେରା

0 125

ପାରଳାଖେମୁଣ୍ଡି: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାକୁ ଲାଗିଛି । ଏହାର ରହସ୍ୟ ଭେଦ କରିବାକୁ ପୁଲିସ୍‌ ହାତରୁ ତଦନ୍ତ ଦାୟିତ୍ୱ ନେଇ କ୍ରାଇମବ୍ରାଞ୍ଚକୁ ଦିଆଯାଇଛି । ଆଉ ଏହି ଘଟଣା ସହ ଜଡିତ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ କ୍ରାଇମବ୍ରାଞ୍ଚ ଅଧିକାରୀ କରୁଛନ୍ତି ମାରାଥନ ଜେରା କରୁଛି । ଏହି କ୍ରମରେ ଆଜି ୩ଜଣ ଡାକ୍ତରଙ୍କୁ କ୍ରାଇମବ୍ରାଞ୍ଚର ଅଧିକାରୀମାନେ ଜେରା କରୁଛନ୍ତି ।
ଗତକାଲି ଜଗୁଆଳି, ମାଳି ଏବଂ ଜଣେ ବନ କର୍ମଚାରୀଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିବା ପରେ ଆଜି ପୋଡି ଯାଇଥିବା ସୌମ୍ୟଙ୍କୁ ଚିକିତ୍ସା କରିଥିବା ୩ ଡାକ୍ତରଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍‌ । ପାରଳାଖେମୁଣ୍ଡି ସିଡିଏମ୍‌ଓ ଅଫିସ୍‌ ପରିସରରେ କ୍ରାଇମବ୍ରାଞ୍ଚ ଟିମ୍‌ ପହଞ୍ଚିଥିବା ବେଳେ ୩ ଡାକ୍ତରଙ୍କୁ ଜେରା କରୁଛି ।
ସୂଚନାଯୋଗ୍ୟ, ସୌମ୍ୟରଂଜନ ପୋଡି ଗୁରୁତର ହେବା ପରେ ତାଙ୍କୁ ଚିକିତ୍ସା ଲାଗି ପାରଳାଖେମୁଣ୍ଡି ମେଡିକାଲ ନିଆଯାଇଥିଲା । ସେଠାରେ ମାଜିଷ୍ର୍ଟ୍ରେଟ ଭାବେ ପାରଳାଖେମୁଣ୍ଡି ତହସିଲଦାରଙ୍କ ଉପସ୍ଥିତି ଥିବା ବେଳେ ତାଙ୍କ ଜମାନବନ୍ଦୀ ନିଆଯାଇଥିଲା । ସେତେବେଳେ କିଏ କିଏ ଉପସ୍ଥିତ ଥିଲେ, କ’ଣ ପାଇଁ ଜମାନବନ୍ଦୀ ନିଆଯାଇଥିଲା, ଏଥିପାଇଁ କିଏ ନିର୍ଦ୍ଦେଶ ଦେଇଥିଲା ତାହା ମୁଖ୍ୟତଃ କ୍ରାଇମବ୍ରାଞ୍ଚର ଫୋକସ୍‌ରେ ରହିବ । ଏହାବାଦ ଡାକ୍ତରଙ୍କୁ ପଚରାଉଚରା ପରେ ଆଜି ଅପରାହ୍ନରେ ତହସିଲଦାରଙ୍କୁ ବି ଜେରା ପାଇଁ ଡକାଯାଇପାରେ ବୋଲି ଆଲୋଚନା ହେଉଛି ।

hiranchal ad1
Leave A Reply

Your email address will not be published.

six − 5 =