ସଚ୍ଚୋଟତା କାର୍ଯ୍ୟ ପାଇଁ ତାପସ କୁମାର ସ୍ୱାଇଁଙ୍କୁ ପୁରସ୍କୃତ କଲା ସମ୍ବଲପୁର ପୁଲିସ

0 93

ସମ୍ବଲପୁର : ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶାଳୟର କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ ଭାବରେ କାର୍ଯ୍ୟ କରୁଥିବା ତାପସ କୁମାର ସ୍ୱାଇଁଙ୍କୁ ତାଙ୍କର ମହତ କାର୍ଯ୍ୟ ପାଇଁ ସମ୍ବଲପୁର ପୁଲିସ ପୁରସ୍କୃତ କରିଛି । ଶ୍ରୀ ସ୍ୱାଇଁଙ୍କୁ ସମ୍ବଲପୁର ପୁଲିସ ପକ୍ଷରୁ ନଗତ ଏକ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଶ୍ରୀ ସ୍ୱାଇଁ ସମ୍ବଲପୁର ସହର ଅଇଁଠାପାଲି ଥାନା ଅଞ୍ଚଳରୁ ୨୦ଲକ୍ଷ ଟଙ୍କାର ସୁନାଗହଣା ଭର୍ତ୍ତି ଏକ ବ୍ୟାଗ ପାଇଥିଲେ । ଏହାକୁ ସେ ଅଇଁଠାପାଲି ପୁଲିସ ନିକଟରେ ହସ୍ତାନ୍ତର କରିଥିଲେ । ଯାହା ପରେ ବ୍ୟାଗ୍‌ ହରାଇଥିବା ମାଲିକଙ୍କୁ ଦିଆଯାଇଥିଲା । ଏହିପରି ସଚ୍ଚୋଟତା କାର୍ଯ୍ୟ ବିଶେଷ ଭାବରେ ଯୁବକମାନଙ୍କୁ ଏବଂ ସାଧାରଣତଃ ସମାଜକୁ ପ୍ରେରଣା ଦେଇଥାଏ ବୋଲି ସମ୍ବଲପୁର ପୁଲିସ ପକ୍ଷରୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

five × four =