ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

0 54

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଶ୍ରୀ ଶ୍ରୀ ଯୋଗେଶ୍ୱର ମନ୍ଦିର, ଯୋଗ ବିହାର, ଛନ ଛାନ ଡୁଙ୍ଗୁରି ପରିସରରେ ଶ୍ରୀ ଶ୍ରୀ ରୁଦ୍ରେଶ୍ୱର ମନ୍ଦିର ପ୍ରତିଷ୍ଠା ଉତ୍ସବ ଉପଲକ୍ଷେ ଆଜି କଳସ ଶୋଭାଯାତ୍ରା ତଥା ଅଷ୍ଟପ୍ରହରୀ ନିମନ୍ତେ ଅଧିବାସ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପରୋକ୍ତ କଳସ ଶୋଭାଯାତ୍ରାରେ ପ୍ରାୟ ଦୁଇଶତ ମହିଳା ଯୋଗ ଦେଇ ଘଣ୍ଟ, ଶଙ୍ଖ, ସଂକୀର୍ତ୍ତନ ଓ ହୁଳହୁଳି ଧ୍ୱନି ମଧ୍ୟରେ ସୁବର୍ଣ୍ଣପୁରର ତ୍ରିବେଣୀସଙ୍ଗମ ସ୍ଥିତ ରାମେଶ୍ୱର ଘାଟରୁ ଅଣାଯାଇଥିବା ପବିତ୍ର ଜଳ ନେଇ ମନ୍ଦିର ମଧ୍ୟରେ ସ୍ଥାପନ କରିଥିଲେ । ଆସନ୍ତାକାଲି ଉକ୍ତ ପ୍ରତିଷ୍ଠା ଉତ୍ସବ ଏବଂ ୭ ତାରିଖ ପୂର୍ଣ୍ଣାହୂତି ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରକାଶ ଥାଉକି ଉକ୍ତ ଛନଛାନ ଡୁଙ୍ଗୁରି ବା ପୁରାଣ ବର୍ଣ୍ଣିତ ଶ୍ନେନଗିରି ହେଉଛି ମହର୍ଷି ଯମଦଗ୍ନୀଙ୍କ ଆଶ୍ରମ ସ୍ଥଳ ତଥା ସାଧନା ଓ ସିଦ୍ଧିପୀଠ । ଏହି ଉପଲକ୍ଷେ ଏକ ନାମ ମଣ୍ଡପ, ପୁଷ୍କରିଣୀ ତଥା ଶିଶୁ ବନ ଉଦ୍ୟାନର ମଧ୍ୟ ପ୍ରତିଷ୍ଠା ଅନୁଷ୍ଠିତ ହେବ ।

hiranchal ad1
Leave A Reply

Your email address will not be published.

15 − 9 =