କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ପ୍ରଦର୍ଶନୀ ଆୟୋଜନ

0 147

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ମନ୍ଦିରରେ ଜ୍ଞାନ ବିଜ୍ଞାନ ପ୍ରଦର୍ଶନୀ ର ଆୟୋଜନ ହୋଇଥିଲା ଏହି ପ୍ରଦର୍ଶନୀରେ ଶିଶୁ ବାଟିକାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଭାଗ ନେଇଥିଲେ । ପ୍ରଧାନ ଅଧ୍ୟାପକ ଯୁବରାଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଗ୍ଲୋବାଲ ୱାର୍ମିଗ, ପର୍ଯ୍ୟବରଣ ପ୍ରଦୂଷଣ ନିୟନ୍ତ୍ରଣ, ଭୁତଳ ଜଳ ସଂଗ୍ରହ ପ୍ରଣାଳୀ ଓ ମହତ୍ୱ, ବୃକ୍ଷରୋପଣର ମହତ୍ୱ ଏହି ପ୍ରଦର୍ଶନୀର ମୁଖ୍ୟ ଆକର୍ଷଣ ରହିଥିଲା ।

hiring

ସେହିପରି ଜଙ୍ଗଲି ଜୀବ ଓ ଜଙ୍ଗଲ ସୁରକ୍ଷା ଭଳି ଶିକ୍ଷାର ସମାବେଶ ରହିଥିଲା । ପ୍ରଦର୍ଶନୀରେ ଭାଗ ନେଇଥିବା ତୃତୀୟ ଶ୍ରେଣୀରୁ ୨୦ ଛାତ୍ର, ଚତୁର୍ଥ ଓ ପଞ୍ଚମରୁ ୨୫ଜଣ, ଷଷ୍ଠରୁ ଅଷ୍ଟମ ଶ୍ରେଣୀରୁ ୨୫ ଜଣ, ନବମ ଓ ଦଶମ ଶ୍ରେଣୀ ରୁ ୨୦ ଜଣ ଛାତ୍ର ଭାଗ ନେଇଥିଲେ । ଏହି ପ୍ରଦର୍ଶନୀ ମାଧ୍ୟମରେ ଛାତ୍ରଙ୍କ ମାନସିକ ବିକାଶ ସହ ଜ୍ଞାନ କୌଶଳ ଓ ପ୍ରତିଭା ବିକାଶ ପାଇବ ବୋଲି ଶିକ୍ଷକଗଣ ମନ୍ତବ୍ୟ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

18 + 14 =