ସମ୍ବଲପୁର ରେଳମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଅବସରରେ ସ୍ୱଛ ନୀର ଅଭିଯାନ ଆୟୋଜିତ

0 100

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ମଧ୍ୟରେ ସ୍ୱଚ୍ଛ ରେଳ, ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ଆୟୋଜନ କରାଯାଉଅଛି । ୨୮ ସେପ୍ଟେମ୍ବର ୨୦୨୦ରେ “ସ୍ୱଚ୍ଛନୀର’ ଅଭିଯାନ ଆୟୋଜିତ ହୋଇଯାଇଛି ।
ଏହି ଅବସରରେ ମଣ୍ଡଳର ବିଭିନ୍ନ ଷ୍ଟେସନରେ ଜଳ ଆପୁର୍ତ୍ତୀର ଗୁଣବତ୍ତା ସୁନିଶ୍ଚିତ କରିବା ପାଇଁ ଜଳସ୍ଥାପନା ଗୁଡ଼ିକ, ଫିଲ୍ଟର ପ୍ଳାଣ୍ଟ, ଜଳ ଆପୁର୍ତ୍ତୀର ସ୍ରୋତଗୁଡ଼ିକ ନିରୀକ୍ଷଣ କରାଯାଇଥିଲା । ବିଭିନ୍ନ ଷ୍ଟେସନରେ ଚିକିତ୍ସା ବିଭାଗ ଦ୍ୱାରା ପାଣିର ନମୂନା ଯାଞ୍ଚ୍‌ କରାଯାଇଥିଲା । ଷ୍ଟେସନରେ ଜଳସ୍ଥାପନା ଗୁଡ଼ିକ ଏବଂ ରେଳବାଇ କଲୋନୀ, ବିଭିନ୍ନ କାର୍ଯ୍ୟାଳୟ, ରେଳ ଚିକିତ୍ସାଳୟ, ସ୍ୱାସ୍ଥ୍ୟ ୟୁନିଟ୍‌ଗୁଡ଼ିକ ନିରୀକ୍ଷଣ କରାଯାଇଥିଲା । ପାଣି ଟ୍ୟାପ୍‌ଗୁଡ଼ିକ ମଧ୍ୟ ନିରୀକ୍ଷଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

one + nine =