ଅଙ୍ଗନୱାଡ଼ି ପାଚେରୀ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ବିଭାଗୀୟ ଅଧିକାରୀ ତଦନ୍ତ କରି ଠିକ୍‌ ଭାବେ କାମ କରିବାପାଇଁ ଗ୍ରାମବାସୀଙ୍କ ଦାବି

0 123

ବାଲିଗୁଡା଼/କେ.ନୂଆଗାଁ,୨୯/୯: ଅଙ୍ଗନୱାଡ଼ି କେନ୍ଦ୍ର ପାଚେରୀ ନିର୍ମାଣ କାମରେ ଦୁର୍ନୀତି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ ବଣ୍ଡଗୁଡ଼ା ଗ୍ରାମ ପଞ୍ଚାୟତର ଚଞ୍ଚଳା ସାହିରୁ । ସୂଚନା ପ୍ରକାରେ ଏହି କାର୍ଯ୍ୟଟି ବିଭାଗୀୟ କାର୍ଯ୍ୟ ହୋଇଥିବା ବେଳେ ଚଞ୍ଚଳା ସାହି ଆଦର୍ଶ ଅଙ୍ଗନୱାଡ଼ି କେନ୍ଦ୍ରର ପାଚେରୀ ନିର୍ମାଣ କାର୍ଯ୍ୟ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ନାମରେ କାର୍ଯ୍ୟାଦେଶ ରହିଛି । କିନ୍ତୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି କାମଟିକୁ ବଣ୍ଡଗୁଡ଼ା ଗ୍ରାମର ରବି ବିନ୍ଧାଣୀ ନାମକ ଜଣେ ବ୍ୟକ୍ତିଙ୍କୁ ତଦାରଖ କରିବା ପାଇଁ କହି ଅନୁପସ୍ଥିତ ଅଛନ୍ତି । ସେପଟେ ରବି ବିନ୍ଧାଣୀ ନିଜ ମନମୁତାବକ ନିମ୍ନମାନର କାମ କରୁଥିବା ଅଭିଯୋଗ କରିଛନ୍ତି ଗାଁ ସଭାପତି କବିରାଜ ଭୋଇ, ପୂର୍ବତନ ସରପଞ୍ଚ ଲମ୍ବୁରା ପ୍ରଧାନ ଓ ଗ୍ରାମବାସୀ । ଗାଁର ସ୍ୱାର୍ଥ ଦୃଷ୍ଟିରୁ ଏହାର ଉପଯୁକ୍ତ ତଦନ୍ତ କରାଯିବା ସହ ଭଲ କାମ କରିବାପାଇଁ ଦାବି କରିଛନ୍ତି ଗ୍ରାମବାସୀ । ଘଟଣା ସମ୍ପର୍କରେ କ.ନୂଆଗାଁ ବିଡ଼ିଓଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ କିଛି କହିନଥିଲେ ।

hiranchal ad1
Leave A Reply

Your email address will not be published.

six − three =