ଅଭାବର କରାଳ ଛାୟା ତଳେ ସୁମତିଙ୍କ ପରିବାର

0 91

ବାଲିଗୁଡା/କ.ନୂଆଗାଁ,୨୯/୯- ମଣିଷ ସମାଜ ଭିତରେ ଗରିବ ବିଧବା ମହିଳା ଏକମାତ୍ର ଅସହାୟ ଯିଏ ନିଜର ଅଧିକାର ପାଇଁ ସଂଗ୍ରାମ କରିପାରେ ନାହିଁ । ସେମାନଙ୍କ ପାଇଁ ଗ୍ରାମବାସୀ ଏବଂ ସମାଜସେବୀମାନେ ଆବଶ୍ୟକୀୟ ଉଦ୍ୟମ କରିଥାନ୍ତି । ବାସ୍ତବରେ ଗରିବଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାଜନେତା ଓ ଲୋକ ପ୍ରତିନିଧୀଙ୍କ ଲୁହରେ କେତେ ଆନ୍ତରିକତା ଅଛି ତାହାର ଏକ ଜୀବନ୍ତ ଉଦାହରଣ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍‌ ଅଧିନସ୍ଥ ବଣ୍ଡଗୁଡା ପଞ୍ଚାୟତର କାଣିବିଡିକା ଗ୍ରାମର ସୁମତୀ ପ୍ରଧାନ ସ୍ୱା-ସ୍ୱର୍ଗତ ନାରାୟଣ ପ୍ରଧାନ ।ପରିବାର କହିଲେ ପୂଅ-ଅନୁଭବ ପ୍ରଧାନ(୧୬) ଝିଅ-ସ୍ୱର୍ଣମୟୀ ପ୍ରଧାନ(୧୦)ସ୍ୱାମୀଙ୍କ ଦେହାନ୍ତ ପରେ ଅଭାବ ଅନାଟନ ମଧ୍ୟରେ ତେଲ ଲୁଣର ସଂସାରକୁ ଚଲାଇଛନ୍ତି ସୁମତୀ ।ସେ ମଧ୍ୟ ସ୍ୱପ୍ନ ଦେଖିଛନ୍ତି ପୁଅ ଝିଅକୁ ପାଠ ପଢାଇ ମଣିଷ କରିବି ।ଭଲ ଘର ଖଣ୍‌ଡେ କରି ପିଲା ମାନଙ୍କ ମୁହଁରେ ହସ ଫୁଟାଇବି ।ଏଭଳି ପରିସ୍ଥିତିରେ ବାଧକ ସାଜିଛି ଅର୍ଥ ଏବଂ ପ୍ରଶାସନ ଓ ଲୋକ ପ୍ରତିନିଧୀଙ୍କ ଅଣଦେଖା ।ବାସଗୃହ କହିଲେ ଗୋଟିଏ ବଖରା ବିଷିଷ୍ଟ ଝାଟିମାଟି ଘରେ ଚଳୁଛନ୍ତି ତିନି ପ୍ରାଣି ।ସରକାରଙ୍କ ତରଫରୁ ଘର ଖଣ୍‌ଡେ ସହାୟତା ମିଳିବ ବୋଲି ପଞ୍ଚାୟତ ଠାରୁ କ.ନୂଆଗାଁ ବ୍ଲକ୍‌ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ ।କାଣିବିଡିକା ଗ୍ରାମର ୱାର୍ଡମେମ୍ବର ସଶ୍ମିତା ପ୍ରଧାନ ନିଜ ପ୍ରତିକ୍ରୟାରେ ପ୍ରକାଶ କରିଛନ୍ତିଯେ, ସୁମତୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସହାୟତା ନିମନ୍ତେ ବାରମ୍ବାର ପଞ୍ଚାୟତ ବୈଠକରେ ଉପସ୍ଥାପନା କଲେ ମଧ୍ୟ ତାଲିକାରେ ନାମ ନାହିଁ ଏଣୁ ଘର ମିଳିବ ନାହିଁ ବୋଲି ସରପଞ୍ଚ କହୁଛନ୍ତି ।ତେବେ ଏଠାରେ ପ୍ରଶ୍ନ ଉଠୁଛି ସୁମତୀ ଭଳି ବିଧବା ଅସହାୟ ମହିଳାଙ୍କ ନାଁ ତାଲିକାରେ ଯୋଡିବ କିଏ?ସରକାରୀ ସହାୟତା କହିଲେ ରେସନକାର୍ଡରେ ମାସିକ ୧୫କେ.ଜି ଚାଉଳ ଏବଂ ବିଧବା ଭତା ।ବିଧବା ପରେ ମାତୃମଙ୍ଗଳ ଯୋଜନାରେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୈଣସି ସହାୟତା ମିଳିନାହିଁ ।ତେଣୁ ପ୍ରଶାସନ ଏହି ଅସହାୟ ପରିବାରକୁ ସହାୟତା ପ୍ରଦାନ କଲେ ପରିବାର ବର୍ଗ ଉପକୃତ ହେବେ ବୋଲି କାଣିବିଡିକା ଗ୍ରାମବାସୀ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

5 × four =