ପୁରୀ ଓ କୋଣାର୍କକୁ ଆଜିଠୁ ଆରମ୍ଭ ହେଲା ମୋ ବସ୍‌ ସେବା

0 47

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ଦିବସ ଅବସରରେ ଆଜିଠାରୁ ପୁରୀ ଓ କୋଣାର୍କକୁ ଆରମ୍ଭ ହୋଇଛି ମୋ ବସ୍‌ ସେବା । ପୂର୍ବରୁ କଟକ-ଭୁବନେଶ୍ୱର ଓ ଖୋର୍ଦ୍ଧାରେ ମୋ ବସ ସେବା ଚଳପ୍ରଚଳ କରୁଥିଲା । ଏବେ ପୁରୀ ଓ କୋଣାର୍କ ଯାତ୍ରୀମାନେ ଏହି ସୁବିଧା ପାଇବେ ବୋଲି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଆଜି ସକାଳ ସାଢେ଼ ୭ଟାରେ ମାଷ୍ଟର କ୍ୟାଣ୍ଟିନ୍‌ ଛକରୁ ଦଶ ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଇଥିଲା ମୋ ବସ୍‌ ଓ ସକାଳ ୭ଟା ୪୦ରେ ନଅ ଜଣ ଯାତ୍ରୀଙ୍କୁ ନେଇ କୋଣାର୍କ ଯାଇଥିଲା ମୋ ବସ୍‌ । ପୁରୀ ଓ କୋଣାର୍କ ପାଇଁ ଯାତ୍ରୀ ଭଡ଼ା ଯଥାକ୍ରମେ ୭୦ ଓ ୬୦ ଟଙ୍କା ଧାର୍ଯ୍ୟ କରାଯିବା ସହିତ ସାମାଜିକ ଦୂରତା ଓ ମାସ୍କକୁ ଗୁରୁତ୍ୱ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

five × 1 =