ଝିମିଟି ଖେଳରୁ ମହାଭାରତ, ବାପାଙ୍କଠାରୁ ବାରମ୍ବାର ହାରି ଅଦାଲତକୁ ଗଲା ଝିଅ

0 70

ଭୋପାଳ: ମଧ୍ୟ ପ୍ରଦେଶର ଭୋପାଳରେ ଏଭଳି ଏକ ଘଟଣା ଘଟିଛି, ଯାହା ଅନେକଙ୍କୁ ବିସ୍ମିତ ଓ ଚିନ୍ତିତ କରାଇଛି । ଘଟଣାଟି ଝିମିଟି ଖେଳରୁ ମହାଭାରତ ହେଲା ଭଳି । ଜଣେ ଯୁବତୀ ଲୁଡୁ ଖେଳରେ ତାଙ୍କ ବାପାଙ୍କଠାରୁ ବାରମ୍ବାର ହାରିବା ପରେ ଭୀଷଣ ଭାବରେ ବାପାଙ୍କ ଉପରେ ରାଗି ଯାଇଥିଲେ । ତାଙ୍କ ପ୍ରତି ଝିଅର ବିତସ୍ପୃହ ଭାବନା ମଧ୍ୟ ଆସିଥିଲା । ବାପା ଜାଣିଶୁଣି ଚାଲବାଜି କରି ଜିତୁଛନ୍ତି ବୋଲି ସନ୍ଦେହ କରି ଝିଅ ଏବେ କୋର୍ଟର ଦ୍ୱାରସ୍ଥ ହୋଇଛି । ଏପରିକି ସେ ତାଙ୍କ ବାପା ନୁହଁନ୍ତି ବୋଲି ଝିଅ କହିବା ଘଟଣା ମାମଲାକୁ ଆହୁରି ରୋଚକ କରିଛି ।
ଏହି ମାମଲାରେ କୋର୍ଟ କାଉନସିଲର ସରିତା ରାଜାନୀ କହିଛନ୍ତି, ଯୁବତୀଙ୍କ ତାଙ୍କ ବାପାଙ୍କ ଉପରେ ଏତେ ଭରସା ଥିଲା ହେଲେ ସେ ଧୋକ୍କା ଦେବେ ବୋଲି କେବେ ଭାବି ନ ଥିଲେ । ଏବେ ତାଙ୍କୁ ଚାରିଥର କାଉନସିଲିଂ କରାଯାଇଛି । କାଉନସିଲର ସରିତା କହିଛନ୍ତି ଯୁବତୀଙ୍କ କହିବା କଥା ଏବେ ତାଙ୍କ ବାପାଙ୍କ ପାଇଁ ତାଙ୍କ ମନରେ କୌଣସି ସମ୍ମାନ ନାହିଁ । କାରଣ ସେ ତାଙ୍କୁ ଲୁଡୋ ଖେଳରେ ହରାଇଛନ୍ତି । ଯୁବତୀଙ୍କୁ ଲାଗିଥିଲା ତାଙ୍କ ବାପା ଝିଅର ଖୁସି ପାଇଁ ଖେଳ ହରିପାରିଥାନ୍ତେ । ଚାରିଟି କାଉନିସିଲିଂ ପରେ ମଧ୍ୟ ଯୁବତୀଙ୍କ ମନରେ କିଛି ବି ପରିବର୍ତନ ଆସିପାରି ନାହିଁ । ତେବେ ଆଜି (ରବିବାର) ତାଙ୍କ ବାପାଙ୍କୁ କାଉନସିଲିଂ ପାଇଁ ଡକାଯିବ ।

hiranchal ad1
Leave A Reply

Your email address will not be published.

15 − 9 =