ବଜ୍ରାଘାତରେ ରାସ୍ତା ଉପରେ ଟଳି ପଡିଲେ ବୃଦ୍ଧ

0 4,250

ବୌଦ୍ଧ,୩୧/୮- ଆଜି ସକାଳେ କଣ୍ଟାମାଳ ବ୍ଲକ୍ ଖଟଖଟିଆ ନିକଟରେ ବଜ୍ରାଘାତ ରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳେ ଖଟଖଟିଆ ଅଂଚଳରେ ସାମାନ୍ୟ ବର୍ଷା ସହ ବଜ୍ରପାତ ହୋଇଥିଲା | ଏ ସମୟରେ ମାଛ ମାରିବା ପାଇଁ ସକାଳ 7 ଘଣ୍ଟା ସମୟରେ ଗୋଟିଏ ସାଇକେଲ ଯୋଗେ ଛତା ଧରି ଖଟଖଟିଆ ଗ୍ରାମର କୁଞ୍ଜ ବିହାରୀ ଦେହୁରୀ ଯାଉଥିବା ସମୟରେ ବଜ୍ରାଘାତର ଶିକାର ହୋଇଥିଲେ l ମନମୁଣ୍ଡା – କଣ୍ଟାମାଳ ରାସ୍ତାର ଖଟଖଟିଆ ଛକ ନିକଟରେ ସାଇକେଲ ସହ ରାସ୍ତାରେ ଲୋଟି ପଡି ପ୍ରାଣ ହରାଇଥିଲେ l ଏ ସମ୍ପର୍କରେ ସ୍ଥାନୀୟ ଲୋକେ ତୁରନ୍ତ ମନମୁଣ୍ଡା ଥାନା କୁ ଖବର ଦେଇଥିଲେ ସୁଦ୍ଧା ଦୁଇ ଘଣ୍ଟା ବିତିଜାଇଥିଲେ ମଧ୍ୟ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ପାରିନ ଥିବାରୁ ଉତ୍ତେଜନା ପ୍ରକାଶ ପାଇଛି l ଉତ୍ୟକ୍ତ ଲୋକେ ଦୁର୍ଘଟଣା ସ୍ଥଳରେ ରାସ୍ତା ରୋକ କରିଥିବାରୁ ମନମୁଣ୍ଡା – କଣ୍ଟାମାଳ ରାସ୍ତାରେ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି |

hiranchal ad1
Leave A Reply

Your email address will not be published.

3 × two =