ଦୁର୍ଘଟଣାରେ ଯୁବକ ମୃତ

0 3,632

ବୌଦ୍ଧ,୩୧/୮ – ଗତକାଲି ସନ୍ଧ୍ୟାରେ ଜାତୀୟ ରାଜପଥ ନମ୍ବର୍ 57 ର ଆଡେନିଗଡ ନିକଟରେ ଗୋଟିଏ ସଡକ ଦୁର୍ଘଟଣା ଘଟି ଦଶପଲା ଅଂଚଳର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ଘ 7. 30 ମିନିଟ ସମୟରେ ଚାରିଛକରୁ ଦଶପଲା ଅଭିମୁଖେ ଗୋଟିଏ ବାଇକ ଓ.ଡି25 ବି 2732 ଯୋଗେ ଜାଫର୍ ଖାନ୍ (30 ବର୍ଷ )ନାମକ ଯୁବକ ଯାଉଥିବା ବେଳେ ଆଡେନିଗଡ ତେଲି ସାହି ନିକଟରେ ଗୋଟିଏ ଟ୍ରାକ୍ଟର ସହ ଧକ୍କା ହୋଇଥିଲା | ଗୁରୁତର ଆହତ ହୋଇ ରାସ୍ତାରେ ପଡିଥିବା ଜାଫର୍ କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ଆମ୍ବୁଲାନସ୍ ଯୋଗେ ପ୍ରଥମେ ପୁରୁଣାକଟକ ଓ ପରେ ବୌଦ୍ଧ ଡାକ୍ତରଖାନାକୁ ପଠାଇଥିଲେ l ଚିକିତ୍ସାଧୀନ ଅବସ୍ଥାରେ ତାଂକର ମ୍ରୁତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଥିଲେ | ଖବର୍ ପାଇ ଆଡେନିଗଡ ଫାଣ୍ଡି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଚଳାଇ ଥିବା ଜଣାପଡିଛି l

hiranchal ad1
Leave A Reply

Your email address will not be published.

20 − five =