ସ୍ୱର୍ଗତ ଉମାଶଙ୍କର ଯୋଶୀଙ୍କୁ ଶ୍ରଦ୍ଧାଞ୍ଜଳି

0 177

ଜହ୍ନାପଙ୍କ,୩୦/୮- ଐତିହାସିକ ଚାରିଶମ୍ଭୁ ମନ୍ଦିରର ସ୍ୱାଗତ ତୋରଣ ଜହ୍ନାପଙ୍କଠାରେ ଅବସ୍ଥିତ । ସ୍ୱର୍ଗତ ଉମା ଶଙ୍କର ଯୋଶୀଙ୍କ ଉଦ୍ୟମରେ ୨୦୦୬ରେ ନିର୍ମାଣ କରାଯାଇଥିଲା । ଶ୍ରୀ ଯୋଶୀ ଅଞ୍ଚଳର ଜଣେ ସମାଜସେବୀ, ମେଳାପୀ ଓ ସୁଖ ଦୁଃଖର ସାଥି ଥିଲେ । ତାଙ୍କ ସ୍ମୃତି ଚାରଣ ଉଦ୍ଦେଶ୍ୟରେ ଆଜି ସନ୍ଧ୍ୟାରେ ଜହ୍ନାପଙ୍କ ସଚେତନ ଯୁବ ସମାଜ ପକ୍ଷରୁ ସ୍ୱାଗତ ତୋରଣରେ ଦୀପ ଜାଳି ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରାଯାଇଥିଲା । ଏଥିରେ ଅମନ ଯୋଶୀ, ପିଣ୍ଟୁ ପ୍ରଧାନ, ବିମଳେନ୍ଦୁ,ସିବାନନ୍ଦ, ମକୁନ୍ଦ, ଶଙ୍କର,ପପୀ, ପ୍ରଭୁ, ସ୍ୱାମୀ, ପପୁ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

eighteen + nineteen =