ହରଭଙ୍ଗା : ବନ୍ୟା ଥମୁନି, ଦୁର୍ଦ୍ଦଶାରେ ଚାଷୀ

0 731

ହରଭଙ୍ଗା : ହରଭଙ୍ଗା ଅଂଚଳରେ ୫ ଦିନ ଧରି ବନ୍ୟାଜଳରେ ୧୦ଟି ଗାଁ ଜଳବନ୍ଦୀରେ ଥିବାବେଳେ ୯ଟି ପଞ୍ଚାୟତର ୫୧ଟି ଗାଁର ଏକର ଏକର ଚାଷଜମି ବନ୍ୟା ପାଣିରେ ବୁଡି ରହିଛି । ଆଜି ହରଭଙ୍ଗା ବିଡିଓ ନିଳକଣ୍ଠ ବେହେରା, ହରଭଙ୍ଗା ତହସିଲଦାର ହରିଓଁ ଭୋଇ ହରଭଙ୍ଗା ଅଂଚଳ ଆସି ବିଭିନ୍ନ ବନ୍ୟାଂଚଳ ପରିଦର୍ଶନ କରିବା ସହ ବିପନ୍ନମାନଙ୍କୁ ରିଲିଫ ପ୍ରଦାନର ତଦାରଖ କରିଥିଲେ । ସେହି ଲଗାଣ ବର୍ଷାରେ ଭାଙ୍ଗିଯାଇଥିବା କଚ୍ଚାଘର ଗୁଡିକର ତଦାରଖ କରିବାକୁ ହରଭଙ୍ଗା ଆରଆଇ ନିର୍ଦ୍ଦେଶ ଦେଇଥିଲେ । ଭାଙ୍ଗି ଯାଇଥିବା କଚ୍ଚାଘରର ପରିବାରକୁ ଶୀଘ୍ର ତାରପୋଲିନ ପ୍ରଦାନ କରାଯିବ । ସେହିପରି ବନ୍ୟା କମିଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ତଦନ୍ତ କରି କ୍ଷତିପୂରଣ ପ୍ରଦାନ କରାଯିବ । ୫ ଦିନ ଧରି ବନ୍ୟା ଜଳରେ ବିଭିନ୍ନ ଅଂଚଳକୁ ଯୋଗାଯୋଗ ସମ୍ଭବ ହୋଇପାରୁନାହିଁ । ବନ୍ୟା ଥମିନୀ, ଏଣେ ଚାଷୀଙ୍କୁ ଦୁର୍ଦ୍ଦଶା କହିଲେ ନସରେ ।

hiranchal ad1
Leave A Reply

Your email address will not be published.

5 + 9 =