୭୪ ଜଣ ଯାଯାବର ଶ୍ରେଣୀର ଲୋକଙ୍କୁ ସାହାଯ୍ୟର ହାତ

0 92

ଫୁଲବାଣୀ :କରୋନା ମହାମାରୀ ବିଶ୍ୱରେ ଦିନକୁ ଦିନ ଆତଙ୍କ ଖେଳାଇ ଅଧିକ ରୁୃ ଅଧିକ ଲୋକଙ୍କୁ ବ୍ୟପିବାରେ ଲାଗିଛି । କନ୍ଧମାଳ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ କୌଣସି ସଂକ୍ରମଣ ହୋଇ ନାହିଁ ।ଏହା ଭୟାବହତା ନ ବ୍ୟାପିବା ପାଇଁ ସ୍ୱେଛାସେବୀ ଅନୁଷ୍ଠାନ ୱାଡ,ଜି.ଉଦୟଗିରି ସ୍ୱେଛାସେବୀ ମହାସଂଘ (ପିଏଜି) କନ୍ଧମାଳ ମିଳିତ ଭାବେ ଚକାପାଦ ର ପଖାଳଖିଆ ଠାରେ ୭୪ ଜଣ ଯାଯାବର ଶ୍ରେଣୀର ଲୋକମାନଙ୍କୁ ଚୁଡା,ଗୁଡ,ବିସ୍କୁଟ ଓ ମାସ୍କ ବିଡିଓ ଚକାପାଦ ଅନୀଲ କୁମାର ପଟ୍ଟନାୟକ ଓ ପସରା ସରପଂଚଙ୍କ ଦ୍ୱାରା ବଂଟନ କରିଥିଲେ ।ପରିଷ୍କାର ପରିଛନ୍ନ ରହିବା,ସାମାଜିକ ଦୂରତା ବଜାୟ ରଖିବାକୁ ପିଏଜି ର ଆବାହକ ଅଶୋକ ପରିଡା ପରାମର୍ଶ ଦେଇଥିଲେ ।ୱାଡର ସମ୍ପାଦକ ଆଶୁତୋଷ ସାହୁ ହାତ ନଧୋଇ ନାକ,ମୁହଁ ଓ ଆଖି ନ ଛୁଇଁବାକୁ ପରାମର୍ଶ ଦେଇଥିଲେ ।ଲୋକ ଗହଳି କିମ୍ବା ବାହାରକୁ ଗଲେ ମାସ୍କ ବ୍ୟବହାର କିମ୍ବା ନିଜ ଗାମୁଛା ବା ଲୁଗା କାନିକୁ ମାସ୍କ ଭଳି ବ୍ୟବହାର କରିବାକୁ ଶୁଭେନ୍ଦୁ ଦାଶ ଓ ରାଜ କିଶୋର ବେହେରା ବୁଝାଇଥିଲେ ।ବିକାଶ ପରିଷଦରେ ଥିବା ୩୧ଜଣ ଅନ୍ତେବାସୀଙ୍କୁ ସାରଙ୍ଗଡ଼ ଥାନାର ଭାରପ୍ରାପ୍ତ ଅଧିକାରୀ ଅନୀତା କିଣ୍ଡୋ,ପିଏଜିର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ପଣ୍ଡା ଚୁଡା,ଚାଉଳ,ଡାଲି ମାସ୍କ ସାବୁନ ଇତ୍ୟାଦି ବଂଟନ କରିଥିଲେ ।ରାଇକିଆ ବ୍ଳକର ଲେଙ୍ଗୁମାହା,କାଲିଗାଡୁ ଓ ସୁଗଡାବାଡି ଗ୍ରାମରେ ଗରିବ ଶ୍ରେଣୀର ଲୋକଙ୍କୁ ଖାଦ୍ୟ ସାମଗ୍ରୀ ସାନୀଟାଇଜର ବଂଟନ କରିଯାଇଛି ।କନ୍ଧମାଳ ଜିଲ୍ଲାରେ କରୋନା ନ ବ୍ୟାପିବା ପାଇଁ ସଚେତନତା ସୃଷ୍ଠି କରିବା ସହ ଗରିବ ଲୋକମାନଙ୍କୁ ସରକାରୀ ଅଧିକାରୀଙ୍କ ଉପସ୍ତିତିରେ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

four × four =