ନୂଆ ୭ ପଜିଟିଭ୍‌ଙ୍କ ବିବରଣୀ ଦେଲେ ସରକାର

0 93

ଭୁବନେଶ୍ୱର : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆଜି ଚିହ୍ନଟ ହୋଇଥିବା ୭ ନୂଆ ପଜିଟିଭ୍‌ଙ୍କ ବିବରଣୀ ଦିଆଯାଇଛି । ବିବରଣୀ ଅନୁଯାୟୀ କରୋନା ରୋଗୀ ସଂଖ୍ୟା ୬୨,୬୩, ୬୪,୬୫ ଓ ୬୬ ଭଦ୍ରକ ଅଞ୍ଚଳର । ସେମାନେ ସମସ୍ତେ ପୁରୁଷ । ସେମାନଙ୍କର ବୟସ ଯଥାକ୍ରମେ ୪୮ ବର୍ଷ, ୫୫ ବର୍ଷ, ୫୭ ବର୍ଷ, ୫୮ ବର୍ଷ ଓ ୬୬ ବର୍ଷ । ଏ ସମସ୍ତଙ୍କର ଟ୍ରାଭେଲ୍ ହିଷ୍ଟ୍ରି (ଗସ୍ତ ସୂଚୀ) ଓ କଣ୍ଟ୍ରାକ୍ଟ ଟ୍ରେସିଂ (ସମ୍ପର୍କ ସ୍ଥାପନ) କାର୍ଯ୍ୟ ଆରମ୍ଭ କରାଯାଇଛି । ଆକ୍ରାନ୍ତ ଚିହ୍ନଟ ହୋଇଥିବା ୭ଜଣଙ୍କ ମଧ୍ୟରୁ ପାଞ୍ଚ ଜଣ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବାସୁଦେବପୁର ବ୍ଲକର ୩ ଜଣ ହୋଇଥିବା ବେଳେ ଭଣ୍ଡାରୀ ପୋଖରୀ ଅଞ୍ଚଳର ୨ ଜଣ ଅଟନ୍ତି । ଅନ୍ୟ ଦୁଇଜଣ ବାଲେଶ୍ୱର ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ୬୭ ନମ୍ବର ରୋଗୀଙ୍କର ବୟସ ୪୮ ଓ ୬୮ ନମ୍ବର ରୋଗୀଙ୍କ ବୟସ ୨ ବର୍ଷ ବୋଲି ଜଣାପଡ଼ିଛି । ଏ ସମସ୍ତଙ୍କର କଣ୍ଟ୍ରାକ୍ଟ ଟ୍ରେସିଂ ମଧ୍ୟ ଆରମ୍ଭ କରାଯାଇଛି । ଉଲ୍ଳେଖଯୋଗ୍ୟ ଯେ, ବାଲେଶ୍ୱର ଜିଲ୍ଲାରେ ଯେଉଁ ଦୁଇ ବର୍ଷର ଝିଅ ଚିହ୍ନଟ ହୋଇଛି ତା’ର ପିତାମାତଙ୍କଠାରେ କରୋନା ପଜିଟିଭ୍ ରହିଛି କି ନା, ସେ ସମ୍ପର୍କରେ ଟ୍ରେସିଂ ଆରମ୍ଭ କରାଯାଇଛି ବୋଲି ବାଲେଶ୍ୱର ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନା ସୂଚନା ଦେଇଛନ୍ତି । ବାଲେଶ୍ୱରର କରୋନା ଚିହ୍ନିତ ଝିଅ ସବୁଠାରୁ ସାନ ବୋଲି କୁହାଯାଇଛି ।

hiranchal ad1
Leave A Reply

Your email address will not be published.

5 × 2 =