ଲକ୍‌ଡାଉନ୍ ନିୟମ ଭାଙ୍ଗି ହରଡ଼ଘଣାରେ ବଡ଼ଚଣା ଆଇଆଇସି

0 81

ଭୁବନେଶ୍ୱର : ଲକ୍‌ଡାଉନ୍ ବେଳେ ସପରିବାର ମାସେ ତଳେ ଚୋରି ହୋଇଥିବା ଏକ ସ୍କର୍ପିଓ ଗାଡ଼ିରେ ଶ୍ରୀମନ୍ଦିର ଦର୍ଶନରେ ଆସି ବଡ଼ଚଣା ଆଇଆଇସି ଦୀପକ ଜେନା ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି । ଦକ୍ଷିଣ ଦ୍ୱାରରେ ନିୟୋଜିତ ପୁଲିସଙ୍କୁ ହୁରୁଡେଇ, କ୍ଷମତାର ଅପବ୍ୟବହାର କରି ସେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ । ଏହାକୁ ନେଇ ରାଜ୍ୟ ପୁଲିସ୍ ମହାନିର୍ଦ୍ଦେଶକ ଶ୍ରୀ ଅଭୟ ତାଙ୍କୁ ନିଲମ୍ବନ କରିବା ସହିତ ତାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡିଜି ଏ ପ୍ରସଙ୍ଗରେ ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଆଇଆଇସି ଶ୍ରୀ ଜେନା ଯେଉଁ ଗାଡ଼ିରେ ପୁରୀ ଆସିଥିଲେ ସେହି ଗାଡ଼ି ମାସେ ତଳେ ଅପହରଣ ହୋଇଥିବା ନେଇ ଅଭିଯୋଗ ଥିଲା ।

hiranchal ad1
Leave A Reply

Your email address will not be published.

five × three =