ଭଦ୍ରକ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ଯାଜପୁରର ୬ଜଣ !

0 88

ଭୁବନେଶ୍ୱର, : ଭଦ୍ରକରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଯାଜପୁର ସଠିପୁର ଅଞ୍ଚଳର ୬ଜଣ ଆସିଛନ୍ତି । ଏ ସୂଚନା ଦେଇଛନ୍ତି ଯାଜପୁର ଜିଲ୍ଳାପାଳ ରଂଜନ ଦାସ । ସେ କହିଛନ୍ତି ଯେ, ଗତ ୨୯ ତାରିଖରେ କୋଲକାତାର ବଡ଼ବଜାର ଅଞ୍ଚଳରୁ ଏକ କାର୍‌ରେ ୭ଜଣ ବ୍ୟକ୍ତି ଓଡ଼ିଶା ଆସିଥିଲେ । ସେମାନଙ୍କ ମଧ୍ୟରୁ ଭଦ୍ରକର ନେଉଳିଆ ଛକରେ ଜଣେ ବ୍ୟକ୍ତି ଓହ୍ଲାଇଥିବା ବେଳେ ଅନ୍ୟ ଛଅ ଜଣ ସଠିପୁର ଛକରେ ଓହ୍ଲାଇଥିଲେ । କିନ୍ତୁ ଭଦ୍ରକର ଯେଉଁ ପାଞ୍ଚଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ସେହି ଗାଡ଼ିରେ କଲିକତାରୁ ଆସିଥିଲେ । ଏ ସଂପର୍କରେ ସଂପୃକ୍ତ ବ୍ୟକ୍ତି କହିଛନ୍ତି, ଅନ୍ୟ ଛଅଜଣ ଯାଜପୁର ସଠିପୁର ଅଞ୍ଚଳର ବୋଲି କଥାବାର୍ତ୍ତା ହେଉଥିଲେ । ତେଣୁ ଛଅଜଣ ବ୍ୟକ୍ତିଙ୍କର ସଂପୂର୍ଣ୍ଣ ସୂଚନା ନଥିବାରୁ ଜିଲ୍ଲାପାଳ ଗଣମାଧ୍ୟମ ଓ ସ୍ଥାନୀୟ ସାଧାରଣ ଲୋକଙ୍କର ସହାୟତା ଲୋଡ଼ିଛନ୍ତି ।

hiranchal ad1
Leave A Reply

Your email address will not be published.

5 × 4 =