ଗଲ୍ଫରେ ଭାରତକୁ ଐତିହାସିକ ସ୍ବର୍ଣ୍ଣ ଦେଲେ ପ୍ରଣବୀ

0 64

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଭାରତୀୟ ଗଲ୍ଫ ଖେଳାଳି ପ୍ରଣବୀ ଉର୍ସ। ଶନିବାର ଏସିଆନ୍ ଗେମ୍ସ ୨୦୨୬ରେ ସେ ଦେଶ ପାଇଁ ଜିତିଛନ୍ତ ଇତିହାସ ରଚିଛନ୍ତି। ସେ ଏସିଆନ୍ ଗେମ୍ସରେ ବ୍ୟକ୍ତିଗତ ଗଲ୍ଫରେ ସ୍ୱର୍ଣ୍ଣ ପଦକ ଜିତିଥିବାରେ ପ୍ରଥମ ଭାରତୀୟ ମହିଳା ହୋଇଛନ୍ତି।
ଏଥିସହ ସେ ମହିଳା ଟିମ୍ ଇଭେଣ୍ଟରେ ଭାରତକୁ ରୌପ୍ୟ ପଦକ ଜିତାଇବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ପ୍ରଣବୀ ଯୋଗୁ ମହିଳା ଗଲ୍ଫ ଇଭେଣ୍ଟରେ ଭାରତ ରୌପ୍ୟ ପଦକ ଜିତି ପାରିଛି।
ମହୀଶୂରର ୨୩ ବର୍ଷୀୟା ପ୍ରଣବୀ ଫାଇନାଲ୍ ରାଉଣ୍ଡରେ ମୋଟ ୧୫-ଅଣ୍ଡର ୨୬୫ ସ୍କୋର ସହ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି। ସେ ଚାଇନାର ୟିନ୍ ରୁଓନିଙ୍ଗ ଓ ସିଙ୍ଗାପୁରର ଶାନନ୍ ଟାନ୍‌ଙ୍କୁ ଗୋଟିଏ ଷ୍ଟ୍ରୋକ୍‌ରେ ପଛରେ ପକାଇ ଏପରି ସ୍ୱର୍ଣ୍ଣିମ ସଫଳତା ପାଇଛନ୍ତି।
ଫାଇନାଲ୍ ରାଉଣ୍ଡ ପୂର୍ବରୁ ପ୍ରଣବୀ ୩ଟି ଷ୍ଟ୍ରୋକ୍‌ର ଅଗ୍ରଣୀ ନେଇଥିଲେ। କିନ୍ତୁ ତୃତୀୟ ହୋଲ୍‌ରେ ଟ୍ରିପଲ୍ ବୋଗି ଯୋଗୁ ତାଙ୍କ ଉପରେ ଚାପ ବଢ଼ିଥିଲା। କିନ୍ତୁ ସେ ୩ଟି ଶଟ୍‌ରେ ଦମଦାର ପ୍ରଦର୍ଶନ କରି ପୁଣି ଲୟକୁ ଫେରିଥିଲେ ଓ ସ୍ୱର୍ଣ୍ଣ ପଦକ ଦୌଡ଼ରେ ପୁଣି ନିଜକୁ ବଜାୟ ରଖିଥିଲେ।
ଶେଷ ଦୁଇଟି ହୋଲ୍‌ରେ ପ୍ରଣବୀ ଗୁରୁତ୍ୱପୂର୍ଣ୍ଣ ପାର୍ ପୁଟ୍ କରିଥିଲେ। ୧୮ତମ ହୋଲ୍‌ରେ ମଧ୍ୟ ପାର୍ ସହ ସେ ରାଉଣ୍ଡ ଶେଷ କରି ୧୫-ଅଣ୍ଡରରେ ରହିଥିଲେ। ୟିନ୍ ଓ ଟାନ୍ ୧୪-ଅଣ୍ଡରରେ ଶେଷ କରିବାରୁ ପ୍ରଣବୀ ଶୀର୍ଷ ସ୍ଥାନରେ ରହି ସ୍ୱର୍ଣ୍ଣ ଜିତିଛନ୍ତି।
ଏହା ଏସିଆନ୍ ଗେମ୍ସରେ ମହିଳା ବ୍ୟକ୍ତିଗତ ଗଲ୍ଫରେ ଭାରତର ପ୍ରଥମ ସ୍ୱର୍ଣ୍ଣ ପଦକ। ଏଥିସହ ୨୦୦୨ରେ ଶିବ କପୁରଙ୍କ ପରେ ଭାରତ ଗଲ୍ଫରେ ସ୍ୱର୍ଣ୍ଣ ଜିତି ପାରିଛି।
ଏପଟେ ମହିଳା ଟିମ୍ ଇଭେଣ୍ଟରେ ପ୍ରଣବୀ, ଅଦିତି ଅଶୋକ ଓ ଦୀକ୍ଷା ଡାଗରଙ୍କୁ ନେଇ ଗଠିତ ଭାରତୀୟ ଦଳ ୧୪-ଅଣ୍ଡର ୫୪୬ ସ୍କୋର ସହ ରୌପ୍ୟ ପଦକ ବି କବଜା କରିଛି। ୩ ଜଣ ଖେଳାଳିଙ୍କ ମଧ୍ୟରୁ ଶ୍ରେଷ୍ଠ ଦୁଇଟି ସ୍କୋରକୁ ଟିମ୍ ସ୍କୋର ଭାବେ ଗଣନା କରାଯାଏ।
୨୨-ଅଣ୍ଡର ୫୩୮ ସ୍କୋର ସହ ଚାଇନା ସ୍ୱର୍ଣ୍ଣ ପଦକ ଜିତିଛି। ଫାଇନାଲ୍ ରାଉଣ୍ଡରେ ଅଦିତି ୬୭ ସ୍କୋର କରିଥିବା ବେଳେ ଦୀକ୍ଷା ୭୭ ସ୍କୋର କରିଥିଲେ। ତେଣୁ ମିଳିତ ଭାବେ ଗଲ୍ଫର ମହିଳା ଇଭେଣ୍ଟରେ ଭାରତକୁ ରୌପ୍ୟ ସଫଳତା ମିଳିପାରିଛି।
ଏହି ସଫଳତା ପରେ ଚଳିତ ଏସିଆନ ଗେମ୍ସରେ ଭାରତର ପଦକ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି। ଏହା ମଧ୍ୟରେ ୧୮ଟି ସ୍ୱର୍ଣ୍ଣ, ୨୬ଟି ରୌପ୍ୟ ଓ ୩୫ଟି କାଂସ୍ୟ ପଦକ ରହିଛି।

hiranchal ad1
Leave A Reply

Your email address will not be published.

twelve − 10 =