କରୋନା କଟକଣା ମଧ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

0 103

ସମ୍ବଲପୁର : ଏହି ମାଟିର ଗର୍ବ ଓ ଗୌରବ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ଆଜି ଉତ୍ସାହ ଓ ଉଦ୍ଦୀପନା ସହିତ ପାଳନ କରାଯାଇଛି । ଅବଶ୍ୟ କରୋନା କଟକଣା ପାଇଁ ଅଧିକାଂଶ ଲୋକ ନିଜ ଘରେ ଏହା ପାଳନ କରିଛନ୍ତି । ଆଜି ଏଠାରେ ୯୩ ଜଣ ପଜିଟିଭ ଚିହ୍ନଟ ହେଲାପରେ କଟକଣାକୁ କଡାକଡି ଭାବେ ପାଳନ କରିବା ଜରୁରୀ ଅନୁଭବ କରାଯାଇଛି । ନଗର ଭିତରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପରିସରରେ କେବଳ ସ୍ୱଭାବ କବିଙ୍କ ପୂର୍ଣ୍ଣାବୟବ ମୂର୍ତ୍ତି ସ୍ଥାପିତ ହୋଇଛି ଓ ସେଠାରେ ହିଁ ପ୍ରତି ବର୍ଷ ସାହିତ୍ୟ ପ୍ରେମୀ ଓ କବି ଅନୁରାଗୀ ଏକତ୍ରିତ ହୋଇ ଶ୍ରଦ୍ଧାଂଜଳି ଜଣାନ୍ତି । ଏଥର କିନ୍ତୁ ଉକ୍ତ ପରିସରରେ ଜଣେ ପଜିଟିଭ ଚିହ୍ନଟ ହେଲାପରେ ସେଠାରେ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଆଉ ପୁଣି ସ୍ଥାନୀୟ ଟାଉନହଲ ସାମ୍ନାରେ କବିଙ୍କର ଆବକ୍ଷ ମୂର୍ତ୍ତି ରହିଛି, କିନ୍ତୁ ଉକ୍ତ ସ୍ଥାନରେ ବର୍ତ୍ତମାନ ଦୈନିକ ପରିବା ବଜାର ବସୁଥିବାରୁ ସେଠାରେ ଆଉ ଭିଡ କରିବାକୁ ଅଧିକାଂଶ ଲୋକେ ପସନ୍ଦ କରିନଥିଲେ ।

hiring

ଏହି ପରିପ୍ରେକ୍ଷୀରେ ସୁଧୀଜନେ ଏଥର ସ୍ୱଭାବ କବିଙ୍କ ଜୟନ୍ତୀ ସୀମିତ ପରିସର ଭିତରେ ସୁରକ୍ଷିତ ରହି ପାଳନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସମ୍ବଲପୁର ଜିଲ୍ଲା ମେହେର ସମାଜ ଆଜିକାର ଦିନକୁ ଏକ ମହୋତ୍ସବ ଭାବେ ପାଳନ କରିଥାଏ, କିନ୍ତୁ ଏଥର ସମାଜର କିଛି ବରିଷ୍ଠ ସଭ୍ୟ ସମାଜର କାର୍ଯ୍ୟାଳୟ ଠାରେ ପାଳନ କଲେ ଓ ସେଠାରେ ସ୍ଥାପିତ କବିଙ୍କ ଏକ ଫଟୋଚିତ୍ରରେ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଂଜଳି ଜଣାଇ ଥିଲେ । ଏଠାକାର ସବୁଠାରୁ ସକ୍ରିୟ ସାମାଜିକ ଅନୁଷ୍ଠାନ ଓଡ଼ିଶା ସାଂସ୍କୃତିକ ସମାଜର ମଧ୍ୟ କିଛି ବରିଷ୍ଠ ସଭ୍ୟ ନିଜସ୍ୱ ଅନୁଷ୍ଠାନ ପରିସର ଭିତରେ ଏହି ଜୟନ୍ତୀ ପାଳନ କରିବା ସହିତ ସେଠାରେ ପ୍ରତିଷ୍ଠିତ କବିଙ୍କ ଏକ ଫଟୋଚିତ୍ରରେ ମାଲ୍ୟାର୍ପଣକରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ ।

hiranchal ad1
Leave A Reply

Your email address will not be published.

14 − 13 =