ବରିଷ୍ଠ ନାଗରିକଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଏସପିଙ୍କ ପ୍ରତିଶ୍ରୁତି

0 168

ସମ୍ବଲପୁର:ସ୍ଥାନୀୟ ଐତିହ୍ୟ ରାନୀବଖରୀଠାରେ ବରିଷ୍ଠ ନାଗରିକଙ୍କୁ ଦୁର୍ବ୍ୟବହାର ବିରୁଦ୍ଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପୁଲିସ ଅଧିକ୍ଷକ ପ୍ରତିଶ୍ରୁତି ଦେଇଛନ୍ତି । ଏଥିପାଇଁ ଆଜି ସ୍ଥାନୀୟ ବୁଦ୍ଧିଜୀବୀଙ୍କ ଏକ ଶିଷ୍ଟ ମଣ୍ଡଳୀ ତାଙ୍କ ସହିତ ସାକ୍ଷାତ କରି ନିଜ ଅଭିଯୋଗ ଜଣାଇଥିଲେ । ରାନୀବଖରୀର ପୁନରୁଦ୍ଧାର ପରେ ଏହା ସମସ୍ତଙ୍କ ପାଇଁ ଏକ ଆକର୍ଷଣ କେନ୍ଦ୍ର ହୋଇଛି । ଦୁଇ ଜଣ ବରିଷ୍ଠ ନାଗରିକ ଗତ ରବିବାର ସେଥିପାଇଁ ସେଠାକୁ ଯିବାରୁ ତାଙ୍କ ସହିତ ଦୁର୍ବ୍ୟବହାର କରିବା ଅଭିଯୋଗ ହୋଇଛି । ପ୍ରକୃତରେ ପୁନରୁଦ୍ଧାର ପରେ ସେଠାରେ ଏକ କଳା ସଂଗ୍ରହାଳୟ କିମ୍ବା ଆର୍ଟ ଗ୍ୟାଲେରୀ ଖୋଲିବା ପାଇଁ ସ୍ଥାନୀୟ ଜନଙ୍କ ଦାବି ରହିଛି, କିନ୍ତୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ସେଠାରେ ‘ନିମନ୍ତ୍ରଣ’ ନାଁରେ ଏକ ବାତାନୁକୁଳିତ ଭୋଜନାଳୟ ଖୋଲିବାକୁ ଯାଉଛି । ଏହି ନିଷ୍ପତ୍ତି ବିରୁଦ୍ଧରେ ସ୍ଥାନୀୟ ଲୋକେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଆନ୍ଦୋଳନ କରୁଛନ୍ତି, ଯାହାକି ତାଙ୍କର ଗଣତାନ୍ତ୍ରିକ ଅଧିକାର । ଜିଲ୍ଲା ପୁଲିସ ଅଧିକ୍ଷକ ଙ୍କ ସହିତ ଏବିଷୟରେ ଆଲୋଚନା ପରେ ଶିଷ୍ଟମଣ୍ଡଳୀ ବାହାରେ ଅପେକ୍ଷାରତ ମିଡ଼ିଆକର୍ମୀଙ୍କୁ ବସ୍ତୁ ସ୍ଥିତି ଅବଗତ କରିଥିଲେ ।

hiranchal ad1
Leave A Reply

Your email address will not be published.

five × 5 =