ଦଳୀୟ ପତାକାକୁ ରାସ୍ତା କାମରେ ସୂଚନା ସଂକେତ ଭାବେ ବ୍ୟବହାର କରୁଛି ଠିକା ସଂସ୍ଥା, ବିଜେଡି କର୍ମୀଙ୍କ ମଧ୍ୟରେ ଅସନ୍ତୋଷ

0 210

ପାଟଣାଗଡ଼ : ବଲାଙ୍ଗିର ଜଲ୍ଲା ପାଟଣାଗଡ ସହରରେ କିଛି ଦିନ ହେବ ଜିଓ କେବୁଲ କାମ ଚାଲିଛି । ଏହି ପରିପ୍ରେକ୍ଷୀରେ ଏକ ଅଭାବନୀୟ ଘଟଣା କଲେଜ ଛକରୁ ବାଲିକା ହାଇସ୍କୁଲ ମଧ୍ୟରେ ଥିବା ଦେଖିବାକୁ ମିଲିଛି । ଅନେକ ସ୍ଥାନରେ ରାସ୍ତା ମରାମତି ବା ରାସ୍ତା କଡରେ ଗାତ ଖୋଲା ହେଲେ ବିପଦ ସଙ୍କେତ ପାଇଁ ଏକ ସତର୍କ ସୂଚନା ଭାବେ ଲାଲା ପତାକା, ଲାଲ ରିବନ କିମ୍ବା ରେଡିଅମ୍‌ ଦେଇ ଠିକା ସଂସ୍ଥା କାମ କରୁଥିବା ଦେଖିବାକୁ ମିଲିଥାଏ । କିନ୍ତୁ ଏଠି ଲାଲ ରଙ୍ଗର ପତାକା ବା ରିବନ ଲଗାଇବା ବଦଳରେ ଶାସକ ଦଳ ତଥା ବିଜେଡି ପ୍ଲାଗ ସଂପୃକ୍ତ ଠିକାଦାର ଲଗାଇ କାମ କରୁଥିବା ଜଣାପଡିଛି । ଏହାକୁ ନେଇ ବିଜେଡି କର୍ମୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଗ୍ରସ୍ତ ଥିଲା । ତାଙ୍କୁ ସ୍ୱାଗତ ପାଇଁ ସହରର ବିଭିନ୍ନ ସ୍ଥାନରେ ମୁଖ୍ୟମନ୍ତ୍ରୀଙ୍କ ପ୍ଲାଗ ଓ ବ୍ୟାନର ଲଗାଯାଇଥିଲା । ସେହି ପ୍ଲାଗ ଓ ବ୍ୟାନରକୁ ଲଗାଯାଇଥିବା ସ୍ଥାନରୁ କାଟି ଆଣି ଜିଓ କେବୁଲ ବିଛାଇବା ସ୍ଥାନରେ ସତର୍କ ସୂଚନା ଭାବରେ ବ୍ୟବହାର କରିବା ସହ ଦଳୀୟ ପତକାକୁ ଅପମାନ କରିବା ଠିକ୍‌ ନୁହେଁ ବୋଲି ବିଜେଡି ସମର୍ଥକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଗଲିଯାତ ପ୍ଲାଗ ଲାଗାବାକୁ ନେଇ ବିଜେଡି ଓ କାମକରୁଛି ଥିବା କର୍ମଚାରୀକୁ ନେଇ ବଚସା ହୋଇଥିବା ନେଇ ଶୁଣିବାକୁ ମିଲୁଛି । ଏହି ଘଟଣା ସମ୍ପର୍କରେ ଜିଓ କେବୁଲ ବିଛାଇବା ପାଇଁ ନେଇଥିବା ଠିକାଦାରର ପ୍ରତିକ୍ରିୟା ନେବାକୁ ୨-୩ ଥର ଫୋନ କଲେ ସୁଦ୍ଧା ଠିକାଦାର ଜଣକ ଫୋନ ଉଠାଇ ନଥିଲେ । ବର୍ତ୍ତମାନ ଏହି ଫଟୋ ମୋବାଇଲରୁ ମୋବାଇଲ ଭାଏରାଲ ହେବାରେ ଲାଗିବା ସହ ଏହି ଦଳିତ ପ୍ଲାଗକୁ ନେଇ ଆଲୋଚନା ଓ ସମାଲୋଚନା ହେଉଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

3 × two =