୨୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଜିଲ୍ଲା ଗସ୍ତ

0 43

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୨ରେ ମୟୂରଭଞ୍ଜ ଗସ୍ତରେ ଯିବେ । ଏଠାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିବା ସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବେ । ଏଥିପାଇଁ ଜିଲ୍ଲାର ୨୬ ବ୍ଲକରେ ପ୍ରସ୍ତୁତି ଜୋର ଧରିଛି ।
ଗସ୍ତବେଳେ ପ୍ରାୟ ଦୁଇ ହଜାର କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ପ୍ରସ୍ତୁତ ହୋଇଛି । ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟନ କରି ସିଧାସଳଖ ବିଜେଡି ସପକ୍ଷରେ ଜନମତ ସୃଷ୍ଟି ପାଇଁ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ ହୋଇଛି । ବିଜେପିର ବେଶ୍‌ ପ୍ରଭାବ ଥିବା ଏ ଜିଲ୍ଲାରେ ପଞ୍ଚାୟତ ଭୋଟକୁ ନିଜ ସପକ୍ଷରେ ନେବାକୁ ଦଳର ବହୁ ବିଧାୟକ ଓ ମନ୍ତ୍ରୀ ଆଗୁଆ ମୟୂରଭଞ୍ଜ ଯାଇ ପ୍ରସ୍ତୁତି ତଦାରଖ କରିବା ଉପରେ ଜୋର୍‌ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

nineteen + six =