ମହନ୍ତ ମହାରାଜ ରାମଚରଣ ଦାସଙ୍କ ମହାପ୍ରୟାଣ

0 204

ପାଟଣାଗଡ : ଆଜି ବୁଧବାର ଦିବା ୨ ଘଣ୍ଟା ସମୟରେ ବଲାଙ୍ଗୀର ଜିଲ୍ଲା କୁସଙ୍ଗ ସ୍ଥିତ ରାମଜୀ ମଠଠାରେ ମହନ୍ତ ମହାରାଜ ରାମଚରଣ ଦାସଙ୍କ ମହାପ୍ରୟାଣ ହୋଇଅଛି । ୯୫ ବର୍ଷରେ ତାଙ୍କର ପରଲୋକ ଘଟିଛି । ସେ ଘସିଏନ ନିକଟସ୍ଥ ରେଙ୍ଗାଲି ଗ୍ରାମରେ ୧୯୨୬ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ନାମ ଥିଲା ତୀର୍ଥରାଜ ସାହୁ । ଢେକଳ ବାବା ନାମରେ ସେ ବେଶ ଜଣାଶୁଣା । ତାଙ୍କର ପ୍ରେରଣାରେ ଅନେକ ସାଧୁ ସନ୍ଥ ସୃଷ୍ଟି କରିପାରିଥିଲେ । ସେ ଜଣେ ଶାନ୍ତଶିଷ୍ଟ ମେଳାପୀ ଧର୍ମ ଶାସ୍ତ୍ରରେ ଗଭୀର ପାଣ୍ଡିତ୍ୟ ଥିଲା । ସେ କିଛି ଦିନ ହେବ ଅସୁସ୍ଥ ଥିଲେ । ମହାପ୍ରୟାଣ ସମୟରେ ପରିବାରର ସଦସ୍ୟ ସଦସ୍ୟା, ସାଧୁସନ୍ଥ ତଥା କୁସମେଲ ଗ୍ରାମବାସୀ ଉପସ୍ଥିତ ଥିଲେ । ତାଙ୍କର ମଠରେ ତାଙ୍କର ଶବ ସଂସ୍କାର କରାଯାଇଥିଲା । ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

hiranchal ad1
Leave A Reply

Your email address will not be published.

five × 3 =