ଲଗାଣ ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ଦାରିଙ୍ଗବାଡ଼ି,୨୪ ଘଣ୍ଟା ହେଲା ଅନ୍ଧାରରେ ୮ପଞ୍ଚାୟତ

0 68

ଲଗାଣ ବର୍ଷା ପ୍ରଭାବରେ ଅସ୍ତବ୍ୟସ୍ତ ଦାରିଙ୍ଗବାଡ଼ି,୨୪ ଘଣ୍ଟା ହେଲା ଅନ୍ଧାରରେ ୮ପଞ୍ଚାୟତ
ଦାରିଙ୍ଗବାଡି:ଲଘୁଚାପ ପ୍ରଭାବରେ ଦାରିଙ୍ଗବାଡି ବ୍ଲକରେ ୨ଦିନ ହେଲା ଲଗାଣ ବର୍ଷା ଜାରି ରହିଛି । ଫଳରେ ଅନେକ ସ୍ଥାନକୁ ଯାତାୟାତ କରିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବା ବେଳେ ବ୍ଲକର ୮ଟି ପଞ୍ଚାୟତରେ ବିଦ୍ୟୁତ ସେବା ଠପ ହୋଇଯାଇଛି । ଗତ ୨୪ଘଣ୍ଟା ହେଲା ସମ୍ପୂର୍ଣ୍ଣ ଅନ୍ଧକାର ଭିତରେ ରହିଛି ୮ପଞ୍ଚାୟତ । ବ୍ଲକର ଶ୍ରାନିକେତା, ସିମନବାଡ଼ି, କିରିକୁଟି, ତିଲୋରୀ ବୁଡାଗୁଡା, ଗୁମିକିଆ, ପର୍ତ୍ତମାହା ଆଦି ପଞ୍ଚାୟତକୁ ଗତକାଲି ସନ୍ଧ୍ୟାରୁ ବିଦ୍ୟୁତ ସେବା ବନ୍ଦ ହୋଇଯାଇଥିବା ବେଳେ ଲଗାଣ ବର୍ଷା ଯୋଗୁଁ ମରାମତି କାମ ହୋଇ ପାରୁନଥିବା ବିଦ୍ୟୁତ ବିତରଣ ସଂସ୍ଥା ଟାଟା ପାୱାର କର୍ତ୍ତୃପକ୍ଷ କହୁଥିବା ବେଳେ ଗତ ୨୪ଘଣ୍ଟା ମଧ୍ୟରେ ଉପଭୋକ୍ତାଙ୍କୁ ସେବା ଦେବା ପାଇଁ କୌଣସି ପଦକ୍ଷେପ ନେଇ ନଥିବା ଦେଖିବାକୁ ମିଳିଥିବା ବେଳେ ଲଗାଣ ବର୍ଷା ଯୋଗୁଁ କାମ କରି ହେଉନି ବୋଲି କର୍ମୀମାନେ ସଫେଇ ଦେଉଛନ୍ତି ଯାହାକି ଗ୍ରହଣୀୟ ନୁହେଁ କାହିଁକି ନା ସବୁବେଳେ ଦାରିଙ୍ଗବାଡିରେ ବିଜୁଳି ସେବା ସ୍ୱାଭାବିକ ରହୁଥିବା ବେଳେ ଉପରୋକ୍ତ ୮ ପଞ୍ଚାୟତରେ ଏହି ଭଳି ସମସ୍ୟା ଲାଗି ରହିଛି ତେଣୁ ବିଦ୍ୟୁତ ବିତରଣ କରୁଥିବା ସଂସ୍ଥା ଯାହା କି ଅତ୍ୟାବଶ୍ୟକ ସେବା ରେ ଅନ୍ତର୍ଭୁକ୍ତ ସେହି ସେବାକୁ ସଠିକ ଭାବରେ ଯୋଗାଇ ଦେବାକୁ ଅଞ୍ଚଳବାସୀ ମାନେ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 1 =