ଶାଶୁଘର ଆଗରେ ମାଣ ବସାଇଲେ ବୋହୂର ଅଧିକାର ପାଇଁ ଧାରଣା ଦେଉଥିବା ମହିଳା

0 54

ବ୍ରହ୍ମପୁର: ବୋହୂର ନାର୍ଯ୍ୟ ଅଧିକାର ଦାବି କରି ଗତ ୪ ଦିନ ହେଲା ଶୀତ କାକରରେ ଶ୍ୱଶୁର ଘର ସମ୍ମୁଖରେ ଧାରଣା ଦେଇଥିବା ତପସ୍ୱୀନି ଦାସ ଆଜି ବୋହୂର କର୍ତ୍ତବ୍ୟ କରିବାକୁ ଭୁଲି ନାହାନ୍ତି । ବୋହୂମାନେ ଶାଶୁ ଘରେ ମାର୍ଗଶୀର ମାସ ଗୁରୁବାର ପାଳନ କରିବା ନିୟମ ଥିବା ବେଳେ ଘରେ ନ ପଶି ମଧ୍ୟ ଏହି ବ୍ରତ ପାଳନ କରିଛନ୍ତି ତପସ୍ୱୀନି ଦାସ ଓରଫ ଡିମ୍ପଲ।ଶ୍ୱଶୁର ଘର ଗେଟ୍‌ ବୋହୂ ପାଇଁ ଖୋଲୁ ନ ଥିବା ବେଳେ ଆଜି ଶ୍ୱଶୁର ଘର ଆଗରେ ମାଣବସା ଗୁରୁବାର ପାଳିଛନ୍ତି ଡିମ୍ପଲ । ବ୍ରହ୍ମପୁର ସହରର ବ୍ରହ୍ମାନଗରର ପ୍ରମୋଦ ସାହୁଙ୍କ ଘର ଆଗରେ ବୋହୂ ଡିମ୍ପଲ ଦାସ ଗତ ଚାରି ଦିନ ହେଲା ଧାରଣାରେ ବସିଥିଲେ । ଆଜି ସକାଳୁ ଡିମ୍ପଲ ପ୍ରମୋଦଙ୍କ ଘର ଆଗରେ ପୂଜା କରିବା ସହ ମାଣ ବସାଇଥିଲେ । ସକାଳୁ ସକାଳୁ ଲିପା ପୋଛା କରି ମା’ଙ୍କ ଫଟୋ ସମ୍ମୁଖରେ ଭୋଗ, ଦୀପ, ଧୂପ ସଜାଡ଼ି ରଖିଲେ। ବିଧି ମୁତାବକ ହୁଳୁହୁଳି ଶବ୍ଦରେ କମ୍ପିଲା ପରିବେଶ। ଏହାପରେ ମା’ଙ୍କ ଫଟୋ ସମ୍ମୁଖରେ ବସି ବହି ମଧ୍ୟ ପଢ଼ିଲେ। ଏହାସତ୍ତ୍ୱେ ଶ୍ୱଶୁର ଘର ଲୋକ ବାହାରକୁ ଆସି ନ ଥିଲେ।

hiranchal ad1
Leave A Reply

Your email address will not be published.

two + nine =