ମମିତା ହତ୍ୟା ମାମଲା, ତଦନ୍ତ କରିବେ ଅବସରପ୍ରାପ୍ତ ଜିଲ୍ଲା ଜଜ୍‌

0 90

ଭୁବନେଶ୍ୱର: ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସନସାଇନ କଲେଜର ଅଧ୍ୟକ୍ଷା ମମିତା ମେହେର ହତ୍ୟା ମାମଲାରେ ଆଜି ରାଜ୍ୟ ସରକାର ଏକ ବଡ ଘୋଷଣା କରିଛନ୍ତି । ଦୀର୍ଘ ୫୦ ଦିନ ଧରି ଏହି ମାମଲାରେ ମମିତା ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହିତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ରାଉତଙ୍କ ସଂପୃକ୍ତି ଅଭିଯୋଗ ଆଣି ତାଙ୍କର ବହିଷ୍କାର ଦାବି କରି ଆସୁଥିବା ବେଳେ ଆଜି ରାଜ୍ୟ ସରକାର ବିଧାନସଭାର ଶୀତ ଅଧିବେଶନ ପୂର୍ବରୁ ଏହାର ବିଚାର ଜଣେ ଅବସରପ୍ରାପ୍ତ ଜିଲ୍ଲା ବିଚାରପତି ଏବିଏସ୍‌ ନାଇଡୁ ତଦନ୍ତ କରିବେ ବୋଲି କହିଛନ୍ତି । ମାନ୍ୟବର ହାଇକୋର୍ଟଙ୍କୁ ରାଜ୍ୟସରକାର ଏହି ମର୍ମରେ ପୂର୍ବରୁ ସୁପାରିସ କରିଥିବା ବେଳେ ହାଇକୋର୍ଟ ଆଜି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ନାଇଡୁଙ୍କ ନାମ ଘୋଷଣା କରିଛନ୍ତି । ଏହାଦ୍ୱାରା ତଦନ୍ତରେ ସ୍ୱଚ୍ଛତା ଆସିବ ବୋଲି ରାଜ୍ୟ ସରକାର ଆଶାପ୍ରକଟ କରିଛନ୍ତି ।

hiranchal ad1
Leave A Reply

Your email address will not be published.

14 − 4 =