କ୍ୟୁ- ନେଟ ସ୍କାମ୍: ଅଭିଯୁକ୍ତ ଅରବିନ୍ଦ କୁମାର ଗିରଫ

0 43

ଭୁବନେଶ୍ବର: କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା କ୍ୟୁ- ନେଟ ସ୍କାମର ଅନ୍ୟତମ ଅଭିଯୁକ୍ତ ଅରବିନ୍ଦ କୁମାରଙ୍କୁ ଗିରଫ କରିଛି। ଅରବିନ୍ଦଙ୍କ ଘର ହେଉଛି କେନ୍ଦ୍ରାପଡ଼ା ଜିଲ୍ଲାର ପଳାଇ ଗାଁରେ।. ତାଙ୍କୁ ଆଇପିସିର ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦ବି ଓ ସେକ୍ସନ ୪, ୫, ୬ ଚିଟଫଣ୍ଡ ଏବଂ ମନି ସର୍କୁଲେସନ୍ ସ୍କିମ ଓ ସେକ୍ସନ ୬ ଓପିଆଇଡି ଆକ୍ଟରେ ଗିରଫ କରିଛି। କ୍ୟୁ-ନେଟ ହେଉଛି ହଙ୍ଗକଙ୍ଗର ମଲଟିଲେବଲ ମାର୍କେଟିଙ୍ଗ କମ୍ପାନି। ଏହାର ଫ୍ରାଞ୍ଚାଇଜି ଭାରତରେ ବିହାନ ଡାଇରେକ୍ଟ ସେଲିଙ୍ଗ ପ୍ରାଇଭେଟ୍ ଲିମିଟେଡ୍ ଅଟେ। ଚନ୍ଦନ ମହାଳିକ, ଶରତ ପରିଡା, ଦେବବ୍ରତ ହରିଚନ୍ଦନ, ପ୍ରଶାନ୍ତ କୁମାର ମହାନ୍ତି ଓ ଅରବିନ୍ଦ କୁମାର ଏହାର ଡାଇରେକ୍ଟର ଅଟନ୍ତି। ଏମାନେ ବେଆଇନ ଟଙ୍କା କାରବାର କରୁଥିଲେ. ଓ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଛନ୍ତି। ପୂର୍ବରୁ ଏହି ମାମଲାରେ ଶରତ କୁମାର ପରିଡା, ଦେବବ୍ରତ ହରିଚନ୍ଦନ, ଚନ୍ଦନ କୁମାର ମହାଳିକ, ଓ ପ୍ରଶାନ୍ତ କୁମାର ମହାନ୍ତି ଗିରଫ ହୋଇସାରିଛନ୍ତି। ତଦନ୍ତରୁ ଜଣା ପଡିଛି ଯେ ଅଭିଯୁକ୍ତମାନେ ୩୧ଜଣ ଜମାକାରୀଙ୍କଠାରୁ ୧.୨କୋଟି ଟଙ୍କା ଠକି ନେଇଛନ୍ତି.।

hiranchal ad1
Leave A Reply

Your email address will not be published.

four + 18 =