ସୁନା ଦରକୁ ନେଇ କନଫ୍ୟୁଜ ଗ୍ରାହକ; ଖସୁଛି କମ୍, ବଢୁଛି ବେଶୀ

0 60

ଭୁବନେଶ୍ବର- କ’ଣ ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ଯଦି ହଁ ତେବେ ସୁନା କିଣିବା ପୂର୍ବରୁ ବଢୁଥିବା ଏବଂ ହ୍ରାସ ପାଉଥିବା ଦର ଉପରେ ମଧ୍ୟ ନଜର ରଖନ୍ତୁ । କାହିଁକିନା ଏହି ମୂଲ୍ୟବାନ ଧାତୁର ଦର କେତେବେଳେ ଉପରମୁହାଁ ରହୁଛି ତ ଆଉ କେତେବେଳେ ହ୍ରାସ ପାଉଛି, ଯାହା ଗ୍ରାହକଙ୍କୁ କନଫ୍ୟୁଜ କରୁଛି । ପ୍ରାୟତଃ ବିବାହ,ବ୍ରତ ବିଭିନ୍ନ ପ୍ରକାର ମାଙ୍ଗଳିକ କାର୍ଯ୍ୟରେ ସୁନା ଓ ରୁପାର ବେଶ୍ ଚାହିଦା ରହିଥାଏ । ବର୍ତ୍ତମାନ ସୁନା ଦର ଯେଉଁଭଳି ଭାବରେ ବୃଦ୍ଧି ପାଉଛି ତାହା ଗ୍ରାହକଙ୍କୁ ଏକପ୍ରକାର ଟେନସନରେ ପକାଇଛି । 24 କ୍ୟାରେଟ ସୁନା ଦର ଦେଢ ଲକ୍ଷ ଟପିଥିବା ବେଳେ 22 କ୍ୟାରେଟ ସୁନା ଦର ଦେଢ ଲକ୍ଷ ପାଖାପାଖି ରହିଛି । ହୁ ହୁ ହୋଇ ସୁନା ଦର ବୃଦ୍ଧି ପାଉଛି । ତେବେ ଯଦି ଆଜିର ସୁନା ଦର ଉପରେ ନଜର ପକାଇବା ତେବେ ସୁନା ପ୍ରେମୀଙ୍କୁ ସାମାନ୍ୟତମ ଆଶ୍ୱସ୍ତି ପ୍ରଦାନ କରିଛି । ଗତକାଲି 24 କ୍ୟାରେଟ ସୁନା ଦର 1 ଗ୍ରାମକୁ 15535 ଟଙ୍କା ରହିଥିଲା ଆଜି ସକାଳୁ ଏହି ଦରରେ 104 ଟଙ୍କା ହ୍ରାସ ଦେଖିବାକୁ ମିଳିଛି ଅର୍ଥାତ ଆଜି 1 ଗ୍ରାମ ସୁନାର ଦାମ୍ 15431 ଟଙ୍କା ରହିଛି । ସେହିପରି 22 କ୍ୟାରେଟ ସୁନା ଦରରେ ମଧ୍ୟ ହ୍ରାସ ଦେଖିବାକୁ ମିଳିଛି । ଗତକାଲି 1 ଗ୍ରାମ ସୁନାର ଦାମ୍ 14240 ଟଙ୍କା ରହିଥିଲା ଆଜି ସକାଳୁ ଦର 95 ଟଙ୍କା ହ୍ରାସ ପାଇଁ ଦର 14145 ଟଙ୍କାକୁ ଖସିଛି ।

hiring

ତେବେ 24 କ୍ୟାରେଟ ସୁନା ଦାମ୍ 10 ଗ୍ରାମକୁ 1 ଲକ୍ଷ 54 ହଜାର 310 ଟଙ୍କା ରହିଥିବାବେଳେ 22 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପିଛା 1 ଲକ୍ଷ 41 ହଜାର 450 ଟଙ୍କା ରହିଛି । ମଧ୍ୟପ୍ରାଚ୍ୟରେ ଉତ୍ତେଜନା ହେତୁ ସୁନା ଦରରେ ବ୍ୟାପକ ହ୍ରାସ ଦେଖିବାକୁ ମିଳୁଥିଲା, କିନ୍ତୁ ବର୍ତ୍ତମାନ ସୁନା ଦର ବଢୁଥିବା ବେଳେ ଖସୁଛି କମ୍ । ତେବେ ଆପଣ ଯଦି ସୁନା କିଣିବାକୁ ପ୍ଲାନ କରୁଛନ୍ତି ତେବେ ପ୍ରଥମେ ଦର ଉପରେ ନଜର ପକାଇବା ନିହାତି ଜରୁରୀ ଅଟେ ।

hiranchal ad1
Leave A Reply

Your email address will not be published.

20 − thirteen =