ଓଡିଶା ପାଇଁ ‘କୋରଟିମ୍‌’ ଗଢିଲା ବିଜେପି, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

0 145

ଭୁବନେଶ୍ୱର: ପ୍ରଥମଥର ପାଇଁ ଦଳ ରାଜ୍ୟରେ ସଂଗଠନକୁ ପରିଚାଳନା ନିମନ୍ତେ ୧୭ଜଣିଆ କୋର୍‌ ଟିମ ଗଠନ କରିଛି ବିଜେପି । ପଂଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଗଠିତ ଏହି କୋର୍‌ କମିଟିରେ ସାଂସଦ ଅପରାଜିତା ଷଡଙ୍ଗୀ ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସ୍ଥାନ ମିଳି ନଥିବାବେଳେ ରାଜ୍ୟରେ ଦଳ ଓ ସଂଗଠନର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣ କମିଟି ଭାବେ ଏହା କାର୍ଯ୍ୟ କରିବ ବୋଲି ଚର୍ଚ୍ଚା ହେଉଛି ।
କମିଟିରେ ସ୍ୱତନ୍ତ୍ର ନିମନ୍ତ୍ରିତ ସଭ୍ୟ ଭାବେ ଓଡିଶା ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ୱରୀ ଓ ସହପ୍ରଭାରୀ ବିଜୟପାଲ ତୋମରଙ୍କ ସମେତ ମୋଟ ୧୭ଜଣଙ୍କୁ ସ୍ଥାନ ମିଳିଛି । କମିଟିରେ ୩ଜଣ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ଅଶ୍ୱିନୀ ବୈଷ୍ଣବ ଓ ବିଶେଶ୍ୱର ଟୁଡୁଙ୍କ ସମେତ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ସାଂସଦ ଜୁଏଲ ଓରାମ, ପ୍ରତାପ ଷଡଙ୍ଗୀ, ସୁରେଶ ପୂଜାରୀ ଓ ବସନ୍ତ ପଣ୍ଡା, ରାଜ୍ୟ ସଂଗଠନ ସମ୍ପାଦକ ମାନସ କୁମାର ମହାନ୍ତି, ବରିଷ୍ଠ ନେତା ମନମୋହନ ସାମଲ,କେଭି ସିଂହଦେଓ, ସମ୍ବିତ ପାତ୍ର ଏବଂ ସୁରମା ପାଢୀଙ୍କୁ କୋର କମିଟିରେ ସ୍ଥାନ ମିଳିଛି । ତେବେ ଆଶ୍ଚର୍ଯ୍ୟଜନକ ଭାବେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଏହି କମିଟିରୁ ଦୂରେଇ ରଖାଯାଇଛି । ସେହିପରି ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ପୂର୍ବରୁ ଦଳ କୋଣଠେସା କରିଥିବାବେଳେ ଏହି କୋର କମିଟିରେ ବି ସ୍ଥାନିତ କରିନାହିଁ ।

hiranchal ad1
Leave A Reply

Your email address will not be published.

three + eight =