ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ, ଆଜି ଓଡ଼ିଶା ପାଇଁ ସ୍ମରଣୀୟ ଦିନ: ମୁଖ୍ୟମନ୍ତ୍ରୀ

0 32

ପୁରୀ: ବେଦପାଠ, ସଂକୀର୍ତ୍ତନ, ହରିବୋଲ ଧ୍ଵନିରେ ଶ୍ରୀମନ୍ଦିର ପ୍ରକଳ୍ପର ଶିଳାନ୍ୟାସ ସ୍ଥାପନ କରିଛନ୍ତି ଗଜପତି । ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଗଜପତି ମହାରାଜା ଶିଳାନ୍ୟାସ କରିଛନ୍ତି | ସେହିପରି ୩ ଦିନ ଧରି ଚାଲିଥିବା ଯଜ୍ଞରେ ଆଜି ପୂର୍ଣ୍ଣାହୁତି ଦିଆଯାଇଛି । ଗଜପତି ମହାରାଜ ପୂର୍ଣ୍ଣାହୁତି ଓ ଶିଳାନ୍ୟାସ କରିଥିବା ବେଳେ ପ୍ରକଳ୍ପ କାର୍ଯ୍ୟର ମଡେଲକୁ ମୁଖ୍ୟମନ୍ତ୍ରୀ ଅନାବରଣ କରିଛନ୍ତି |

hiring

ମହାପ୍ରଭୁଙ୍କ ପୁରୀ ସହିତ ଅବଶିଷ୍ଟ ବିଶ୍ବକୁ ଯୋଡିବା ତଥା ଭକ୍ତ-ଭଗବାନଙ୍କ ମଧ୍ୟରେ ଦୂରତା ହ୍ରାସ କରି ଶ୍ରୀକ୍ଷେତ୍ରକୁ ସର୍ବଶ୍ରେଷ୍ଠ ଧାର୍ମିକ ତଥା ଐତିହ୍ୟ କ୍ଷେତ୍ରରେ ପରିଣତ କରିବା ଲାଗି ଗୁରୁତ୍ବପୂର୍ଣ୍ଣ ଏକ ଅଂଶ କ୍ରମେ ୩୩୫ କୋଟିର ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ଆଜି ଶୁଭାରମ୍ଭ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜି ସାରା ଓଡିଶା ପାଇଁ ଏକ ଐତିହାସିକ ଦିନ | ସାରା ବିଶ୍ୱର ଜଗନ୍ନାଥପ୍ରେମୀଙ୍କ ପାଇଁ ଆଜି ଏକ ସ୍ମରଣୀୟ ଦିନ |

hiranchal ad1
Leave A Reply

Your email address will not be published.

1 × 4 =