ବିଜେଡି ହିଁ ଏକମାତ୍ର ବିକଳ୍ପ

0 396

ଦଶପଲ୍ଲା : ପାଖେଇ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ନୟାଗଡ ଜିଲ୍ଲାରେ ବିଜୁ ଜନତା ଦଳ ନିଜର ଦବ୍‌ଦବା ଜାହିର୍‌ କରିବା ଓ ନିର୍ବାଚନ ମଣ୍ଡଳୀକୁ ବିରୋଧି ଶୂନ୍ୟ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ମନ୍ତ୍ରୀ ତଥା ନୟାଗଡ଼ ବିଧାୟକ ଡ.ଅରୁଣ କୁମାର ସାହୁ ଓ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା । ପଞ୍ଚାୟତ ନିର୍ବାଚନ ପାଇଁ ନୟାଗଡ଼ ଜିଲ୍ଲାରେ ରାଜନୈତିକ ଉଷ୍ମତା ଲାଗି ରହିଛି । ବିଜେପି ଏବଂ କଂଗ୍ରେସ ଦଳ ଛାଡି ନେତା ଓ କର୍ମୀମାନେ ବିଜେଡି ଦଳ ମୁହାଁହେଉଥିବା ଦେଖିବାକୁ ମିଳୁଛି । ନୟାଗଡ଼ ବିଜେଡି ପାର୍ଟି ଅଫିସରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଇଟାମାଟି ପଞ୍ଚାୟତର ଶତାଧିକ ବିଜେପି ଏବଂ କଂଗ୍ରେସ କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି । ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ସ୍ୱଚ୍ଛ ଶାସନ ଓ ନିର୍ମଳ ଭାବମୂର୍ତ୍ତିରେ ଅନୁପ୍ରାଣିତ ଏବଂ ବିଧାୟକଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟ ହୋଇ ବିଜେଡିରେ ସାମିଲ ହୋଇଥିବା ନେତା ଏବଂ କର୍ମୀମାନେ ପ୍ରକାଶ କରିଛନ୍ତି । ତେବେ ବିଭିନ୍ନ ଦଳରୁ ନେତାମାନଙ୍କୁ ଅନେକ ପ୍ରତିଶ୍ରୁତି ଦେଇ ନିଜ ଦଳକୁ ଆଣୁଥିବା ବିଧାୟକ ଆଗାମୀ ନିର୍ବାଚନରେ କେମିତି ସନ୍ତୁଷ୍ଟିକରଣର ମିଶାଣ, ଫେଡାଣ,ଗୁଣନ,ହରଣ କରିବେ ତାହା ଦେଖିବାକୁ ବାକି ରହିଲା ।

hiranchal ad1
Leave A Reply

Your email address will not be published.

ten + 13 =