ସୁବର୍ଣ୍ଣପୁରଠାରେ ୭୫ତମ ସ୍ୱାଧିନତା ଦିବସ ପାଳିତ

0 108

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ପଡିଆ ଠାରେ ଜିଲ୍ଲାସ୍ତରୀୟ ୭୫ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ନାୟକ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରି ଉପସ୍ଥିତ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ପ୍ରଦାନ କରିଥିଲେ । ଐତିହାସିକ ସୁବର୍ଣ୍ଣପୁର ଜିଲ୍ଲାର ସଂସ୍କୃତି ଓ ପରଂପରା କଥା ଉଲ୍ଲେଖ କରି ଏଠାକାର ବୟନକଳାକୁ ପ୍ରଶଂସା କରିବା ସହ ସନ୍ଥକବି ଭୀମଭୋଇଙ୍କ ସାଧନା ଓ ସମାଧିପୀଠ ଯୋଗୁଁ ଏଇ ଜିଲ୍ଲାର ବିଶେଷ ପ୍ରସିଦ୍ଧି ରହିଥିବା ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମ ପାଇଁ ପ୍ରାତଃ ସମୟରେ ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସହରରେ ରାମଧୁନ୍‌ ଅନୁଷ୍ଠିତ କରାଯାଇଥିଲା ତଥା ପ୍ରଶାସନ ପକ୍ଷରୁ ସହରରେ ଅବସ୍ଥିତ ଥିବା ବିଭିନ୍ନ ବରପୂତ୍ର ମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । କୋଭିଡ଼ କଟକଣା ଯୋଗୁଁ କେବଳ ପୋଲିସ ମାନଙ୍କୁ ନେଇ ପେରେଡ଼ ଅନୁଷ୍ଠିତ ହୋଇଥିବାବେଳେ ପେରେଡ଼ ପଡିଆକୁ କୌଣସି ସ୍କୁଲ କଲେଜର ଛାତ୍ର ଛାତ୍ରୀ କିମ୍ବା ଜନସାଧାରଣଙ୍କ ଆସିବା ଉପରେ ବାରଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

4 + eleven =