କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ୟୁପି ଦାୟିତ୍ୱ, ୫ ରାଜ୍ୟ ପାଇଁ ପ୍ରଭାରୀ ଘୋଷଣା କଲା ବିଜେପି

0 170

ନୂଆଦିଲ୍ଲୀ : ଆସନ୍ତା ବର୍ଷ ହେବାକୁ ଥିବା ୫ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ତାର ପ୍ରସ୍ତୁତି ଆରମ୍ଭ କରିଦେଇଛି । ଦଳ ପକ୍ଷରୁ ବୁଧବାର ଦିନ ନିର୍ବାଚନ ହେବାକୁ ଥିବା ୫ ରାଜ୍ୟ ପାଇଁ ପ୍ରଭାରୀଙ୍କ ନାମ ଘୋଷଣା କରିଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ପ୍ରଭାରୀ ନିଯୁକ୍ତି କରାଯାଇଛି । ସେହିପରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର, ଅର୍ଜୁନ ରାମ ମେଘୱାଲ, ସରୋଜ ପାଣ୍ଡେୟ, ଶୋଭା କରନ୍ଦଲାଜେ, କ୍ୟାପ୍ଟେନ ଅଭିମନ୍ୟୁ, ଅନ୍ନପୂର୍ଣ୍ଣ ଦେବି ଓ ବିବେକ ଠାକୁରଙ୍କୁ ୟୁପିର ସହ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି ।
ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ପାଇଁ ଦଳ କେନ୍ଦ୍ର ମନ୍ତ୍ରୀ ପ୍ରହ୍ଲାଦ ଯୋଷୀଙ୍କୁ ପ୍ରଭାରୀ ଦାୟିତ୍ୱ ଦେଇଥିବା ବେଳେ ଏଲ୍‌ ଚଟର୍ଜୀ ଓ ସରଦାର ଆରପି ସିଂହଙ୍କୁ ସହ ପ୍ରଭାରୀ ଦାୟିତ୍ୱ ଦେଇଛି । ପଞ୍ଜାବ ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂଙ୍କ ସହ ହରଦୀପ ପୁରୀ, ମୀନାକ୍ଷୀ ଲେଖି, ବିିନୋଦ ଚାୱଡାଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି । ଗୋଆ ନିର୍ବାଚନ ପାଇଁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଣ୍ଡାନବିସଙ୍କୁ ଦାୟିତ୍ୱ ଦିଆଯାଇଛି । ସେହିପରି ମଣିପୁର ବିଧାନସଭା ନିର୍ବାଚନ ପାଇଁ ଭୁପେନ୍ଦ୍ର ଯାଦବଙ୍କୁ ଦଳ ପକ୍ଷରୁ ପ୍ରଭାରୀ ନିଯୁକ୍ତ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଉତ୍ତରପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ ଓ ଗୋଆ, ମଣିପୁରରେ ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବ । ମାର୍ଚ୍ଚ-ଅପ୍ରେଲ ମଧ୍ୟରେ ଏହି ସବୁ ରାଜ୍ୟରେ ନିର୍ବାଚନ ହୋଇପାରେ । ଏଥିପାଇଁ ସବୁ ଦଳ ନିଜନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି । ଏହି ୫ ରାଜ୍ୟରୁ ୪ ରାଜ୍ୟରେ ବିଜେପି ସରକାର ଅଛି । କେବଳ ପଞ୍ଜାବରେ କଂଗ୍ରେସ ସରକାର ଚାଲୁଅଛି । ଏହି ୫ ରାଜ୍ୟର ନିର୍ବାଚନ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲ ହେବ ବୋଲି କୁହାଯାଉଛି ।

hiranchal ad1
Leave A Reply

Your email address will not be published.

two × 2 =