ଡାକ୍ତରଙ୍କୁ ମିଳିବ ସୈନିକ ମର୍ଯ୍ୟାଦା, ମିଳିବ ୫୦ ଲକ୍ଷ କ୍ଷତିପୂରଣ

0 99

ଭୁବନେଶ୍ୱର- କରୋନା ଏକ ଯୁଦ୍ଧ । ଏ ଯୁଦ୍ଧର ସୈନିକ ହେଉଛନ୍ତି ଡାକ୍ତର ତଥା ସ୍ୱାସ୍ଥ୍ୟକର୍ମୀ । ସ୍ୱାସ୍ଥ୍ୟକର୍ମୀମାନେ ଅଦୃଶ୍ୟ ଶତ୍ରୁମାନଙ୍କ ସହିତ ଲଢେଇ କରୁଛନ୍ତି । ତେଣୁ ଏହି ଲଢେଇରେ ସାମିଲ ହୋଇଥିବା ପ୍ରତ୍ୟେକ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁକୁ ମୃତ୍ୟୁ ବୋଲି କୁହାଯିବନାହିଁ । ଦେଶ ସେମାନଙ୍କୁ ସହିଦ ଆଖ୍ୟା ଦେବ । କେବଳ ସେତିକି ନୁହେଁ ସମସ୍ତ ପ୍ରକାର ମର୍ଯ୍ୟାଦା ପ୍ରଦାନ କରାଯାଇ ରାଜ୍ୟ ସେମାନଙ୍କର ଶେଷକୃତ୍ୟ ସଂପନ୍ନ କରିବ । ଏହାବ୍ୟତୀତ ରାଷ୍ଟ୍ରୀୟ ଦିବସରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଉଚ୍ଚସମ୍ମାନ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି କରୋନା ଯୁଦ୍ଧର ଯୋଦ୍ଧା ଏହି ଡାକ୍ତରମାନଙ୍କ ବିୟୋଗରେ ରାଷ୍ଟ୍ର ଅପୂରଣୀୟ କ୍ଷତି ସହୁଥିବାରୁ ସେମାନଙ୍କ ପରିବାରବର୍ଗଙ୍କ ପୋଷଣ ପାଇଁ ମଧ୍ୟ ସମସ୍ତ ସୁବିଧା ସରକାର ଗ୍ରହଣ କରିବ ।

hiring

ସରକାରୀ ସ୍ତରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯେଉଁ ଦରମା ପାଉଥିଲେ ତାହା ତାଙ୍କ ଅବସର ବୟସ ଯାଏଁ ତାଙ୍କର ପରିବାରର ବ୍ୟକ୍ତିଙ୍କୁ ମିଳିବ । ଏହାଛଡା ଯେଉଁମାନେ ଜୀବନ ହରାଉଛନ୍ତି ସେମାନଙ୍କ ପରିବାରକୁ ତତ୍-କ୍ଷଣାତ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘୋଷଣା କରିଛନ୍ତି । ସେ କହିଛନ୍ତି ଏହା ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଲାଗୁହେବ । ମୁଖ୍ୟମନ୍ତ୍ରୀ ପୁଣି କହିଛନ୍ତି ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ବିରୋଧରେ କେତେକ ସ୍ଥାନରେ ହୀନ କାର୍ଯ୍ୟ କରାଯାଉଛି ଯାହାକି ସେ ନିନ୍ଦା କରିଛନ୍ତି । ଯେଉଁମାନେ ସେମାନଙ୍କୁ ଆକ୍ରମଣ କରିବେ ସେମାନଙ୍କ ବିରୁଦ୍ଧରେ ଜାତୀୟ ନିରାପତ୍ତା ଆଇନ ଲାଗୁ କରାଯିବ ବୋଲି ସେ ସତର୍କ କରାଇଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

16 + eight =