ନୂଆ ୫ ସଂକ୍ରମିତଙ୍କ ତଥ୍ୟ ଦେଲେ ସରକାର

0 83

ଭୁବନେଶ୍ୱର : ଆଜି ସକାଳେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବାଲେଶ୍ୱର ଅଞ୍ଚଳର ପାଞ୍ଚ ଜଣ ନୂଆ କରୋନା ରୋଗୀଙ୍କ ସଂପର୍କରେ ସୂଚନା ଦିଆଯାଇଥିଲା । ଏହି ସୂଚନାରେ କୁହାଯାଇଛି ଯେ, ଚିହ୍ନିତ ୫ ପଜିଟିଭ୍‌ଙ୍କ ମଧ୍ୟରେ ଦୁଇଜଣ ମହିଳା ଓ ତିନିଜଣ ପୁରୁଷ । ମହିଳା ଦୁଇଜଣଙ୍କ ବୟସ ୩୪ ବର୍ଷ ହୋଇଥିବା ବେଳେ ପୁରୁଷଙ୍କର ବୟସ ଜଣେ ୨୬ ବର୍ଷୀୟ, ଅନ୍ୟଜଣେ ୩୮ ବର୍ଷୀୟ ଓ ତୃତୀୟ ଜଣକ ୧୨ ବର୍ଷର ବାଳକ । ତେବେ ଏମାନଙ୍କର ଟ୍ରାଭେଲ୍ ହିଷ୍ଟ୍ରି ସଂପର୍କରେ ସୂଚନା ଦିଆଯାଇ ନାହିଁ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ରେସିଂ ଆରମ୍ଭ କରାଯାଇଛି । ଅନ୍ୟପକ୍ଷରେ, ଗତ ଦୁଇ ଦିନ ଭିତରେ କେବଳ ଭଦ୍ରକ, ବାଲେଶ୍ୱର, ଯାଜପୁର ଅଞ୍ଚଳରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଇବା ପରେ ସରକାରଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଛି । ଏଣୁ ସେଠାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତିନି ନିର୍ଦ୍ଦେଶକ ପାହ୍ୟା ଅଧିକାରୀଙ୍କୁ ପଠାଯାଇ କଣ୍ଟେନମେଣ୍ଟ ଅଞ୍ଚଳର ନିରୀକ୍ଷଣ ଉପରେ କଡ଼ା ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସେମାନଙ୍କୁ କଟକ ଏସ୍‌ସିବି ଓ ବାଲେଶ୍ୱର ଫକୀରମୋହନ ଏସ୍‌ସିଏଚ୍ ସହାୟତା କରିବେ । ରାଜ୍ୟ ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଏହି କ୍ରମରେ ବାଲେଶ୍ୱର ଗସ୍ତରେ ଯାଇଥିବା ବେଳେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ, ଭଦ୍ରକ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଯାଜପୁର ଗସ୍ତରେ ଯାଇଛନ୍ତି । ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × one =