ଯାଜପୁରର ୧୩ ଗାଁକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲେ ସରକାର

0 92

ଭୁବନେଶ୍ୱର : ଯାଜପୁର ଜିଲ୍ଳାରେ ସୋମବାର କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲି ତିନୋଟି ଗ୍ରାମପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଥିବା ବେଳେ ଆଉ ୧୦ଟି ଗ୍ରାମ ପଞ୍ଚାୟତକୁ ମିଶାଇ ମୋଟ ୧୩ଟି ଗ୍ରାମ ପଞ୍ଚାୟତକୁ କଣ୍ଟେନମେଣ୍ଟ ଅଞ୍ଚଳ ଘୋଷଣା କରାଯାଇଛି । ଯାଜପୁର ଅଞ୍ଚଳର ପଣସା, ବାସୁଦେବପୁର, ଜାହାନପୁର ପଞ୍ଚାୟତର ଛଅଟି ଗାଁ ଏହି କଟକଣା ମଧ୍ୟରେ ଆସିଅଛି । ସେହିପରି, କୋରେଇ ବ୍ଲକର ମୁକୁନ୍ଦପୁର ପଞ୍ଚାୟତର କଣ୍ଟେନମେଣ୍ଟ ଜୋନ୍‌ରେ ୩ଟି ଗାଁ, ଦଶରଥପୁର ବ୍ଲକର ବିରଜାପୁର, ତଲିହା, ବିହାରୀ ପଞ୍ଚାୟତର ଚାରୋଟି ଗାଁରେ କଟକଣା ଜାରି କରାଯାଇଛି । ଏ ସମସ୍ତ ଅବରୋଧ ଅଞ୍ଚଳ ମଧ୍ୟରୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ସଂପୂର୍ଣ୍ଣ ନିଷେଧାଦେଶ ଜାରି କରାଯାଇଛି ।

hiranchal ad1
Leave A Reply

Your email address will not be published.

one × five =