୩ ଡାକ୍ତର, ୧୯ ନର୍ସଙ୍କୁ କ୍ୱାରେଣ୍ଟାଇନରେ ପଠାଗଲା

0 80

ଭୁବନେଶ୍ୱର: ଯାଜପୁର ଜିଲ୍ଳାର ଗତକାଲି ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତଙ୍କୁ ନେଇ ସରକାର ଏବେ ବଡ଼ ଟେନସନ୍‌ରେ ପଡ଼ିଥିବା ବେଳେ ଏହି ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ତିନିଜଣ ଡାକ୍ତର ଓ ୧୯ ଜଣ ନର୍ସଙ୍କୁ କ୍ୱାରେଣ୍ଟାଇନରେ ପଠାଯାଇଛି । ଯାଜପୁରର ପାଞ୍ଚ କରୋନା ଆକ୍ରାନ୍ତ କିଛିଦିନ ତଳେ କୋଲକାତାରୁ କାର୍‌ରେ ଆସି ବିଭିନ୍ନ ଛକରେ ଓହ୍ଲାଇଥିଲେ । ସେମାନେ ଘରକୁ ଆସିବା ପରେ ଅସୁସ୍ଥତା ଅନୁ ଭବ କରି ନିକଟସ୍ଥ ଡାକ୍ତରଖାନାକୁ ଯାଇଥିଲେ । ସେତେବେଳେ ସେମାନଙ୍କୁ ରକ୍ତ ନମୁନା ପଜିଟିଭ୍ ଥିଲା । ଏହି ଆକ୍ରାନ୍ତମାନଙ୍କୁ ଚିକିତ୍ସା କରିଥିବା ଡାକ୍ତର, ନର୍ସ ଓ ପାରାମେଡ଼ିକାଲ୍ କର୍ମଚାରୀଙ୍କୁ ଏହି କାରଣରୁ କ୍ୱାରେଣ୍ଟାଇନରେ ରଖିବା ପାଇଁ ଜିଲ୍ଲାପାଳ ରଂଜନ ଦାସ ନିର୍ଦ୍ଦେଶ ଦେବା ପରେ ଆଜି ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ସେମାନଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବ ବୋଲି ଜିଲ୍ଲା ପ୍ରଶାସନ ବ୍ୟବସ୍ଥା ଗ୍ରହଣ କରିଛି ।

hiranchal ad1
Leave A Reply

Your email address will not be published.

three × two =