କରୋନା ମୁକାବିଲା ପାଇଁ ୩ ବରିଷ୍ଠ ସଚିବଙ୍କୁ ୩ ଜିଲ୍ଳା ଦାୟିତ୍ୱ

0 94

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଉତ୍ତର ଓଡ଼ିଶାର ସଂକ୍ରମଣ ପ୍ରବଣ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର କରୋନା ସ୍ଥିତି ସମ୍ଭାଳିବା ପାଇଁ ତିନିଜଣ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ ଦେଇଛନ୍ତି । ବାଲେଶ୍ୱର ଜିଲ୍ଲାପାଇଁ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏସ୍‌କେ ବଶିଷ୍ଠ, ଭଦ୍ରକ ଜିଲ୍ଲା ପାଇଁ ଅବକାରୀ ବିଭାଗ ପ୍ରମୁଖ ସଚିବ ଏସ୍‌କେ ଲୋହାନି ଓ ଯାଜପୁର ଜିଲ୍ଲାପାଇଁ ରାଜ୍ୟପାଳଙ୍କ ସଚିବ ପ୍ରମୋଦ ମେହେର୍ଦ୍ଦାଙ୍କୁ ଦାୟିତ୍ୱ ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ଏହି ତିନି ଦିନରେ ସଂକ୍ରମଣସ୍ଥିତି ଅଧିକ ଜଟିଳ ହେବା ପରେ ଏବେ ଏହାର ଅଧିକାଂଶ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନରେ ରଖାଯାଇଛି । ଏହି ତିନି ଜିଲ୍ଲାକୁ ସୀମା ବାହାରୁ ଯେପରି ଲୋକ ନଆସିବେ ତାହା ଉପରେ ସଚିବମାନେ ଗୁରୁତ୍ୱ ଦେଇଥିବା ବେଳେ ଲକ୍‌ଡାଉନ୍ ନିୟମକୁ କଡ଼ାକଡ଼ି ପାଳନ ପାଇଁ କାର୍ଯ୍ୟ ଆରମ୍ଭ କରିଛନ୍ତି ।

hiranchal ad1
Leave A Reply

Your email address will not be published.

six − 4 =