କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ରିପବ୍ଳିକ୍ ଟିଭି ମୁଖ୍ୟଙ୍କ ଗିରଫ କଲେ ଦାବି

0 172

ଭୁବନେଶ୍ୱର : ରିପବ୍ଲିକ୍ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବଲାଙ୍ଗୀର ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏକ ଟିଭି ସୋ\’ରେ ଆଲୋଚନା ବେଳେ ଅର୍ଣ୍ଣବ ଅପମାନଜନକ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକଲା ଭଳି ବିବୃତି ଦେଇଥିବାରୁ ନରସିଂହ ଏହା ବିରୋଧରେ ଅର୍ଣ୍ଣବଙ୍କ ଗିରଫ ଦାବି କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ମହାରାଷ୍ଟ୍ରର ପାଲଘୋରଠାରେ ତିନିଜଣ ସାଧୁଙ୍କୁ ପିଟିପିଟି ହତ୍ୟା କରିବା ଘଟଣାରେ ଅର୍ଣ୍ଣବ କଂଗ୍ରେସକୁ ଦାୟୀକରି ନିଜ ଟିଭିରେ ବୟାନ ରଖିଥିଲେ । ଏଥିରେ ସେ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କ ବିରୋଧରେ ଅପମାନସୂଚକ ଶବ୍ଦ ପ୍ରୟୋଗ କରିଥିଲେ । ଗତକାଲି ବିଳମ୍ବିତ ରାତିରେ ଅର୍ଣ୍ଣବ ଓ ତାଙ୍କ ପତ୍ନୀ ମୁମ୍ବାଇର ଲୋୟର ପାରେଲ୍‌ସ୍ଥିତ ତାଙ୍କ ବାସଭବନକୁ ଫେରୁଥିବା ବେଳେ ଦୁଇଜଣ ମୁଖାପିନ୍ଧା ଦୁର୍ବୃତ୍ତ ମୋଟରସାଇକେଲରେ ତାଙ୍କୁ ପିଛା କରିଥିଲେ । ଏହାପରେ ସେମାନେ ଗାଡ଼ି ଆଗକୁ ଆସି ଗାଳିଗୁଲଜ କରିବା ସହିତ ଅର୍ଣ୍ଣବଙ୍କ କାର କାଚ ଭାଙ୍ଗିବା ପାଇଁ ଉଦ୍ୟମ କରିଥିଲେ । ଯାହା ଅର୍ଣ୍ଣବ ମଧ୍ୟ ସାମାଜିକ ଗଣମାଧ୍ୟମରେ ଗତକାଲି ବିଳମ୍ବିତ ରାତିରେ ପୋଷ୍ଟ କରିଛନ୍ତି ।

hiranchal ad1
Leave A Reply

Your email address will not be published.

thirteen + 11 =