2 ମାସର ଚାଉଳ ହଡ଼ପ ଅଭିଯୋଗ

0 1,033

hiring

ବୌଦ୍ଧ /ବାଉଁଶୁଣି – ବୌଦ୍ଧ ବ୍ଲକ୍ ଅଁଳାପାଲି ଗ୍ରାମ ପଂଚାୟତର 70 ରୁ ଅଧିକ ଖାଉଟି କାର୍ଡଧାରୀ ହିତାଧିକାରୀଙ୍କ 2 ମାସର ଚାଉଳ ହଡ଼ପ ଅଭିଯୋଗ ହୋଇଛି | ଗତକାଲି ଓ ଆଜି ଚାଉଳ ପାଇନଥିବା ଖାଉଟି ମାନେ ଏହାର ପ୍ରତିବାଦ କରି ସରପଞ୍ଚଙ୍କ ସ୍ବାମୀ ରବି ଖତୁଆଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ଘେରାଓ କରିଥିଲେ | ଅଭିଯୋଗ ଅନୁଯାୟୀ ଖାଉଟି ମାନେ ସରକାରଙ୍କ ପ୍ରଦତ୍ତ କୋଭିଡ୍ କାଳୀନ ସହାୟତାର ଚାଉଳ ଦୁଇ ମାସ ନେଇ ନଥିଲେ ମଧ୍ୟ ତାହା ଦିଆଯାଇଛି ବୋଲି ଖାତାରେ ଲେଖା ଯାଇଛି l ଗତକାଲି କିଛି ଖାଉଟି ହୋହଲ୍ଲl କରୁଥିବାର ଦେଖିବାକୁ ମିଳିଥିବା ବେଳେ ଆଜି ପୁଣି ସେହି ଦୃଶ୍ୟ ଦେଖିବାକୁ ମିଳିଥିଲା l ଚାଉଳ ହଡ଼ପ ଘଟଣାର ତଦନ୍ତ କରି ବିହିତ ପଦକ୍ଷେପ ନେବାକୁ ଖାଉଟି ମାନେ ଦାବୀ କରିଛନ୍ତି |

hiranchal ad1
Leave A Reply

Your email address will not be published.

eleven − two =