ଭାଲୁ ଆକ୍ରମଣରେ ଧାନବିଲ ଜଗିଥିବା ଚାଷୀ ଗୁରୁତର

0 969

hiring

ବୌଦ୍ଧ,୩୧/୧୦ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ମାଧପୁର ରେଞ୍ଜ ଅନ୍ତର୍ଗତ ତଳଗାଁ ଗ୍ରାମ ପଂଚାୟତ ଡାକପଦର ଗ୍ରାମରେ ନିଜ ଧାନ ବିଲ ଜଗିଥିବା ଜଣେ ଚାଷୀ ଜଙ୍ଗଲୀ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଡାକ ପଦର ଗ୍ରାମର ଚମ୍ପେଶ୍ୱର ଜାନୀ (55) ନାମକ ଜଣେ ଚାଷୀ ଜଙ୍ଗଲୀ ବାରହା କବଳରୁ ଧାନ ଶସ୍ୟକୁ ରକ୍ଷା କରିବା ପାଇଁ ଜଙ୍ଗଲ ମଧ୍ୟରେ ଥିବା ନିଜ ଧାନ ବିଲକୁ ଗୁରୁବାର ରାତିରେ ଜଗିଥିଲେ l ରାତି ପ୍ରାୟ 1 ଘଣ୍ଟା ସମୟରେ ଗୋଟିଏ ଜଙ୍ଗଲୀ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା l ତାଙ୍କର ବାମ ଜଂଘ ଓ ହାତରେ ଭାଲୁ ଆକ୍ରମଣରେ ଗଭୀର କ୍ଷତ ସୃଷ୍ଟି ହୋଇଛି | ସେ କୌଣସି ମତେ ଭାଲୁ କବଳରୁ ଉଦ୍ଧାର ହୋଇ ଘରକୁ ଆସି ପରିବାର ଲୋକଙ୍କ ସହାୟତାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ l ବନ ବିଭାଗ ତାଙ୍କୁ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି |

hiranchal ad1
Leave A Reply

Your email address will not be published.

three + 17 =