ଗୋରୁ ଗୁହାଳ ନିର୍ମାଣ ନାମରେ ବ୍ୟାପକ ମନରେଗା ଅର୍ଥ ହେରଫେର୍

0 1,216

hiring

ବୌଦ୍ଧ,୩୧/୧୦ – ଜିଲ୍ଲାରେ ମହାତ୍ମାଗାନ୍ଧି ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗୋରୁଗୁହାଳ ନିର୍ମାଣ ପାଇଁ ସରକାର ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବା ଦେଖିବାକୁ ମିଳୁଛି l ଶ୍ରମିକ ମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ମନରେଗା ଯୋଜନାର ମୂଳ ଉଦ୍ଦେଶ୍ୟ ହୋଇଥିବାବେଳେ ଗୋରୁ ଗାଈ ନଥିବା ବ୍ୟକ୍ତିଙ୍କୁ ହିତାଧିକାରୀ ସଜାଇ କୋଟି କୋଟି ଟଙ୍କାର ସରକାରୀ ଅନୁଦାନ ହେରଫେର୍ ହେଉଥିବା ଅଭିଯୋଗ ହୋଇଛି | ଗୋରୁ ଗୁହାଳ ନିର୍ମାଣ ପାଇଁ ମନରେଗା ଯୋଜନାରେ 66 ହଜାର ଟଙ୍କା ଅନୁଦାନ ଅନ୍ୟୁନ 6 ଟି ଗୋରୁ ଗାଈ ଥିବା ହିତାଧିକାରୀ ମାନଙ୍କୁ ସରକାର ଯୋଗାଇ ଦେବାର ବ୍ୟବସ୍ଥା ରହିଛି | ମାତ୍ର ଜମାରୁ ଗୋରୁ ଗାଈ ନଥିବା କିମ୍ବା 6 ଗୋଟି ଗୋରୁଗାଈରୁ କମ୍ ରଖିଥିବା ଚାଷୀ ମାନଙ୍କୁ ଏ ଯୋଜନାରେ ହିତାଧିକାରୀ ବଛା ଯାଇଥିବା ଅଭିଯୋଗ ହୁଏ | ଫଳରେ ପ୍ରକୃତ ଚାଷୀ ଯୋଜନାରୁ ବଞ୍ଚିତ ହେଉଥିବା ଦେଖିବାକୁ ମିଳୁଛି l ଗୋରୁ ଗାଈ ନଥିବା କିମ୍ବା କମ୍ ଥିବା ବ୍ୟକ୍ତି ମାନେ ଚଞ୍ଚକତା କରି ଯୋଜନାର ଲାଭ ଉଠାଇ ଗୋରୁ ଗୁହାଳ କୁ ବାସଗୃହ ଭାବେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି | ଏ ଦିଗରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହେଉଛି l

hiranchal ad1
Leave A Reply

Your email address will not be published.

sixteen − 10 =