ପ୍ରବାସୀଙ୍କୁ ମିଳିଲାନି କାମ ରାଜ୍ୟ ବାହାରକୁ ଯାଉଛନ୍ତି ପ୍ରବାସୀ

0 64

ଦାରିଙ୍ଗବାଡ଼ି,୩୧/୧୦: ମହାମାରୀ କରୋନା ସମୟରେ ନିଜ ନିଜ ଗାଁ କୁ ଫେରିଥିବା ପ୍ରବାସୀ ନିଜ ଅଂଚଳରେ କାମ ନପାଇ ପୁଣି କାମ କରିବା ପାଇଁ ବାହାରରାଜ୍ୟ କୁ ଯାଉଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପ୍ରଶାସନ କାମ ଦେବାରେ ଫେଲ ହୋଇଥିବା ଯୋଗୁଁ ପ୍ରବାସୀ ପୁଣି ନିଜର ପରିବାର କୁ ପ୍ରତିପୋଷଣ ନିମନ୍ତେ ରାଜ୍ୟ ବାହାରକୁ ଯାଉଥିବା ଦେଖିବାକୁ ମିଳିଛି । ଏଭଳି ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେଏହିବ୍ଲକରପେନାପୁଶି,କେରୁବାଡି,କୁମ୍ଭାରବାଡ଼ି,ମଣିପୁର,ପାଣ୍ଡାଗାଡୁ ଭଳି ଅନ୍ୟ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ପ୍ରବାସୀ ଶ୍ରମିକ ଗୁରୁବାର ଓ ଶୁକ୍ରବାର ଦିନ କେରଳ ଓ ତାମିଲନାଡୁ ରାଜ୍ୟ କୁ କାମ ପାଇଁ ପ୍ରବାସୀଙ୍କୁ ନେବା ପାଇଁ ରାଜ୍ୟ ବାହାରୁ ଆସିଥିବା ବସ ରେ ଯାଇଥିବା ଦେଖିବାକୁ ମିଳିଛି । ମହାମାରୀ କରୋନା ସମୟରେ ଓଡିଶା ସରକାର ପ୍ରବାସୀ ମାନଙ୍କୁ ଓଡିଶା କୁ ଫେରିବା ନିମନ୍ତେ କହିବା ସହ ସମସ୍ତ ପ୍ରବାସୀ ଙ୍କୁ ଗାଁ ଗାଁରେ କାମ ଯୋଗାଇ ଦେବାକୁ ପ୍ରତିସୃତି ଦେଇଥିଲେ । ସରକାରଙ୍କ ପ୍ରତିଶୃତି କୁ ନଜର ରେ ରଖି ପ୍ରବାସୀ ମାନେ ନିଜ ନିଜ ଅଞ୍ଚଳକୁ ମଧ୍ୟ ଫେରିଥିଲେ । ହେଲେ ଫେରିବାର ୪ ମାସ ରୁ ୫ ମାସ ବିତିଯାଇଥିଲେ ସୁଦ୍ଧା ପ୍ରବାସୀ ମାନଙ୍କୁ ସ୍ଥାନୀୟ ପ୍ରଶାସନ କାମ ଯୋଗାଇବାରେ ବିଫଳ ହୋଇଥିବା ପ୍ରବାସୀ ଅଭିଯୋଗ କରିଛନ୍ତି । ପ୍ରବାସୀ କାମ ନପାଇବା ଫଳରେ ନିଜର ପରିବାର କୁ ପ୍ରତିପୋଷଣରେ ବହୁତ ବାଧା ସୃଷ୍ଟି ହେବା ସହ ପରିବାର ଚଳାଇବାରେ ବହୁ ସମସ୍ୟା ଉପୁଜୁଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ରାଜ୍ୟ ବାହାରେ ମୁଖ୍ୟତଃ କେରଳ, ତାମିଲନାଡୁରେ ଲକଡାଉନ ପରେ ଅନ ଲକ ରେ ବର୍ତ୍ତମାନ ବିଭିନ୍ନ କମ୍ପାନୀରେ କାମ ଆରମ୍ଭ ହୋଇଥିବା ବେଳେ ଶ୍ରମିକ ଅଭାବ ହେତୁ ସେଠାରୁ ଦାରିଙ୍ଗବାଡ଼ି ଅଞ୍ଚଳରୁ ଶ୍ରମିକ ମାନଙ୍କୁ ନେବାପାଇଁ ସେଠାରୁ ୨ଟି ବଡ଼ ବସ ଆସିଥିଲା l ସେଥିରେ ବହୁ ପ୍ରବାସୀ ମାନେ ଯାଇଥିବା ଦେଖିବାକୁ ମିଳିଛି l ସୂଚନା ପ୍ରକାରେ କିଛି ଦିନ ତଳେ ବୁଡାଗୁଡା ପଂଚାୟତ ଡେଡିମାହା ଗ୍ରାମର ପ୍ରବାସୀ ମାନେ କାମ ପାଉନଥିବା ଯୋଗୁଁ ବ୍ଲକ କାର୍ଯ୍ୟାଳୟ ରେ କାମ ଯୋଗାଇ ଦେବା ନିମନ୍ତେ ଅଭିଯୋଗ କରିଥିବା ନଜିର ରହିଛି । ଏଭଳି ଖାଲି ବୁଡାଗୁଡା ପଂଚାୟତ ନୁହେଁ ଦାରିଙ୍ଗବାଡ଼ି ବ୍ଲକର ବହୁ ପଂଚାୟତ ଅଂଚଳରେ ପ୍ରବାସୀ ମାନଙ୍କୁ କାମ ମିଳୁନଥିବା ଅଭିଯୋଗ ଆସିଛି ।

hiranchal ad1
Leave A Reply

Your email address will not be published.

sixteen − 2 =