ତୁକୁଲୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ମୋ ସ୍କୁଲ କାର୍ଯ୍ୟକ୍ରମ

0 341

hiring

ବୌଦ୍ଧ,୨୨/୨ – ଆଜି ହରଭଙ୍ଗା ବ୍ଲକ କରଞ୍ଜକଟା ପଞ୍ଚାୟତ ତୁକୁଲୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ରେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ ହରଭଙ୍ଗା ବ୍ଲକ ଶିକ୍ଷା ଅଧିକାରୀ ଦେବରାଜ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବୋୖଦ୍ଧ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଅକୃର ସେଠୀ, ସମ୍ମାନୀତ ଅତିଥି ଭାବେ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ବିଶ୍ୱଜିତ ମିଶ୍ର, କରଞ୍ଜକଟା ସରପଞ୍ଚ ମିନତୀ ସେଠୀ, ବିଆରସିସି ସୁଧାକର ଜେଠି, ମୋ ସ୍କୁଲ ଅଧିକାରୀ ପ୍ରସନ୍ନ ଭୋକ୍ତା , ଆଲୁମିନି କମିଟି ସଭାପତି ସୁଦାମଚରଣ ଭୋକ୍ତା , ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧୀର ନାୟକ, ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ମୀରା ମହାନ୍ତି ପ୍ରମୁଖ ମଞ୍ଚାସୀନ ହୋଇ ବିଦ୍ୟାଳୟକୁ ମାଆ ସହିତ ଓ ଜୀବନ୍ତ ଠାକୁରଙ୍କ ଆରାଧନା କେନ୍ଦ୍ର ବୋଲି ମତବ୍ୟକ୍ତ କରିଥିଲେ । ନିଜର ତନ,ମନ ,ଧନ ଦେଇ ବିଦ୍ୟାଳୟର ଉତ୍ତୋରୋତର ଉନ୍ନତି ପାଇଁ ମିଳିତ ପ୍ରଚେଷ୍ଟା କରିବା ପାଇଁ କହିଥିଲେ। ବିଦ୍ୟାଳୟ ସହକାରୀ ଶିକ୍ଷକ ବାମଦେବ ଦାଶ ସମ୍ପlଦକୀୟ ବିବରଣୀ ଉପସ୍ଥାପନ କରି ବିଦ୍ୟାଳୟର ଅଭାବ ଅସୁବିଧା ପୁରଣ ପାଇଁ ସମସ୍ତଙ୍କର ସାହାଯ୍ୟ ଭିକ୍ଷା କରିଥିଲେ। ଏ ଅବସରରେ ପୁରାତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ଉନ୍ନତି ନିମନ୍ତେ ସଂକଳ୍ପ କରିବା ସହିତ ପୁଞ୍ଜିଆକାରରେ ୫୧,୦୦୦/- ଟଙ୍କା ଦାନ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ଜତିନ୍ଦ୍ର ସାମଲ , ସଞ୍ଜୟ ଦେହୁରୀ , ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।

hiranchal ad1
Leave A Reply

Your email address will not be published.

14 + ten =